ଚେକାଙ୍କୁ ଚିତ୍ କଲେ ବିଜେନ୍ଦର : ଅଷ୍ଟମ ବିଜୟ ସହ ରଖିଲେ ଏସିଆ ପାସିଫିକ୍ ଟ୍ରଫି

41

କନକ ବ୍ୟୁରୋ : ଚେକାଙ୍କୁ ଚିତ୍ କଲେ ବିଜେନ୍ଦର । ଅଷ୍ଟମ ବିଜୟ ସହ ରଖିଲେ ଏସିଆ ପାସିଫିକ୍ ଟ୍ରଫି । ବକ୍ସିଂ ରିଙ୍ଗରେ ପୁଣି ଦେଖିବାକୁ ମିଳିଛି ବିଜେନ୍ଦରଙ୍କ ପାୱାରଫୁଲ୍ ପଂଚ୍ । ତାଂଜାନିଆ ମୁଷ୍ଟି ଯୋଦ୍ଧା ତଥା ପୂର୍ବତନ ବିଶ୍ୱ ବିଜେତା ଫ୍ରାନ୍ସିସ୍ ଚେକାଙ୍କୁ ଚିତ୍ କରିଦେଇଛନ୍ତି ବିଜେନ୍ଦର । ୧୦ ରାଉଣ୍ଡ ବିଶିଷ୍ଟ ଏହି ଲଢେଇରେ ବିଜେନ୍ଦର ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଡବ୍ଲୁବିଓ ଏସିଆ ପାସିଫିକ୍ ସୁପର ମିଡିଲୱେଟ୍ ଟ୍ରଫି ବଜାୟ ରଖିଛନ୍ତି । ବିଦେଶରେ ୭ ବିଜୟ ପରେ ୩୦ ବର୍ଷୀୟ ବିଜେନ୍ଦର ଗତ ଜୁଲାଇରେ ଅଷ୍ଟ୍ରଲିଆର କେରି ହୋପଙ୍କୁ ହରାଇ ଡବ୍ଲୁବିଓ ଏସିଆ ପାସିଫିକ୍ ସୁପର ମିଡିଲୱେଟ୍ ଟ୍ରଫି ଜିତିଥିଲେ ।