ଭାରତର ପ୍ରଥମ ଶିକାର: ଭାଙ୍ଗିଲା ପାକିସ୍ତାନର ଓପନିଂ ଯୋଡି । ବିଶ୍ୱକପ ଡେବ୍ୟୁ ମ୍ୟାଚରେ ପ୍ରଥମ ୱିକେଟ ନେଲେ ବିଜୟ ଶଙ୍କର

126

କନକ ବ୍ୟୁରୋ: ମାଞ୍ଚେଷ୍ଟର ମହାମୁକାବିଲାରେ ପାକିସ୍ତାନକୁ ପ୍ରଥମ ଝଟକା । ପାକିସ୍ତାନର ପ୍ରଥମ ୱିକେଟ ପତନ । ୧୩ ରନର ପ୍ରଥମ ୱିକେଟ ହରାଇଲା ପାକିସ୍ତାନ । ଇମାମଙ୍କୁ ୭ ରନରେ ପାଭିଲିୟନ ଫେରାଇଲେ ବିଜୟ ଶଙ୍କର ।


ତେବେ ପାକିସ୍ତାନ ଆଗରେ ରନର ପାହାଡ ଛିଡା କରିଛି ଭାରତ । ୩୩୭ ରନର ବିଶାଳ ଲକ୍ଷ୍ୟ ରଖିଛି ବିରାଟ ବାହିନୀ । ବର୍ଷା ସତ୍ତେ୍ୱ ବଡ ସ୍କୋର କରିଛି ଭାରତ । ଓପନିଂ ଯୋଡି ରୋହିତ-ରାହୁଲଙ୍କ ଛକାଚୌକା ବର୍ଷାରେ ଭାରତ ରନ ଆଗକୁ ଯାଇଛି । ରାହୁଲ- ରୋହିତଙ୍କ ପାଟନରସିପରେ ୧୩୬ ରନ ହାସଲ କରିଥିଲେ ବିରାଟ ବ୍ରିଗେଡ । ତେବେ ପାକିସ୍ତାନ ବୋଲରଙ୍କୁ ପ୍ରବଳ ପିଟି ଭାରତର ସ୍କୋରକୁ ଆଗକୁ ନେଉଥିବା ବେଳେ ମ୍ୟାଚ ମଝିରେ ବାଧା ଦେଇଥିଲା ବର୍ଷା ।


ଭାରତର ଦୃତ ଅଭିଯାନରେ ବର୍ଷା ବାଡ ଛିଡା କରିବା ପରେ ଦର୍ଶକଙ୍କ ଉକ୍ରଣ୍ଠାକୁ ଓଦା କରିଥିଲା ବର୍ଷା । ତେବେ ମ୍ୟାଚ ପାଣିଚିଆ ହେବା ପରେ ବି ୩୧ ରନ ଯୋଡି ରନର ପାହାଡ ପାକିସ୍ତାନ ଆଗରେ ଭାରତ ଛିଡା କରିଛି ।