ଦୁଇଦିନ ପରେ ବାଜିଥାନ୍ତା ବିବାହର ସାହାନାଇ ! ଦେଶର ସୁରକ୍ଷା ପାଇଁ ମୃତ୍ୟୁକୁ ଆଲିଙ୍ଗନ କଲେ ଯବାନ,ଅମର ଧ୍ୱନିରେ ଗୁଞ୍ଜରିତ ହେଲା ଗାଁ ଦାଣ୍ଡ ।

1,256

କଥାରେ ଅଛି ଦେଶ ପାଇଁ ଜୀବନ ଦେବାକୁ ଡରୁ ନ ଥିବା ଯବାନଙ୍କ ଜୀବନ ସତରେ ବଡ କଠିନ । ଘରଠୁ ଦୂରରେ ରହି ଖରାତରାରେ ସୀମାରେ ରହି ଭାରତମାତା ଏବଂ ଭାରତୀୟଙ୍କ ସୁରକ୍ଷା ସକାଶେ ଏହି ବୀର ଯବାନମାନେ ନିଜ ପ୍ରାଣକୁ ମଧ୍ୟ ଉତ୍ସର୍ଗ କରିଥାନ୍ତି । ଏଭଳି ଜଣେ ଯବାନଙ୍କ ଦେଶପ୍ରତି ତ୍ୟାଗ ଏବଂ ତାଙ୍କ ପରିବାରର ଆକୁଳ କ୍ରନ୍ଦନର ଦୃଶ୍ୟ ଏବେ ସାମ୍ମାକୁ ଆସିଛି ।

ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ସଠିଗବାଁ ନାମ ଏକ ଗାଁ ଅଛି । ଏଠାରେ ରହୁଥିବା ବିଜୟ ପାଣ୍ଡେ ନାମକ ଜଣେ ଯବାନଙ୍କ ଘରେ ଜୋରସୋରରେ ଚାଲିଥିଲା ବିବାହର ପ୍ରସ୍ତୁତି । ଘରକୁ ନବବଧୂକୁ ଆଣିବାକୁ ସବୁ ପ୍ରକାର ଆୟୋଜନ କରାଯାଇଥିଲା । କେବଳ ବାକି ଥିଲା ତ ପୁଅର ଆସିବା ବାଟକୁ ଚାହିଁ ବସିଥିଲେ ଘର ଲୋକେ । ଜାମ୍ମୁର ପରଗବାଲା ଅଞ୍ଚଳରେ ଡ୍ୟୁଟିରେ ଥିବା ଯବାନ ବିଜୟ ନିଜ ଡ୍ୟୁଟି ସାରି ଘରକୁ ଯିବାପାଇଁ ସବୁ ପ୍ରସ୍ତୁତି ମଧ୍ୟ କରିସାରିଥିଲେ କିନ୍ତୁ ଠିକ୍ ସେତେବେଳେ ଘଟିଲା ଏକ ମର୍ମନ୍ତୁଦ ଘଟଣା । ପାକିସ୍ଥାନ ସୀମା ପାଖରେ ଥିବା ଏହି ଅଞ୍ଚଳରେ ଗୁଳିବନ୍ଧୁକ ବର୍ଷଣ ହେବା ସାଧାରଣ କଥା ଥିଲା । କିନ୍ତୁ ଶତ୍ରୁଦେଶର ଅଚାନକ ଗୁଳିବନ୍ଧୁକର ଆକ୍ରମଣ ଦ୍ୱାରା ସେ ଦିନ ଗୁଳିର ଶିକାର ପାଲଟିଥିଲେ ବିଜୟ ।

ସହିଦ୍ ଯବାନ ବିଜୟଙ୍କ ମୃତ୍ୟୁ ଖବର ଘରେ ପହଞ୍ଚିବା ପରେ ଖୁସିର ମୁହୂର୍ତ୍ତ କିଛି ସମୟ ମଧ୍ୟରେ କନ୍ଦାକଟାରେ ପରିଣତ ହୋଇଥିଲା । ପୁଅର ବାହାଘର ୨ ଦିନ ପରେ ହୋଇଥାନ୍ତା କିନ୍ତୁ ଏଭଳି ଏକ ଦୁଃଖଦ ଘଟଣାରେ ବାପା,ମା’ ସ୍ତବ୍ଧ ହୋଇ ଯାଇଛନ୍ତି । ଭାବିସ୍ୱାମୀକୁ ଅପେକ୍ଷା କରିଥିବା କନ୍ୟାର ଆଖିରୁ ଲୁହ ସରୁନି । ଗ୍ରାମବାସୀଙ୍କ ସହିଦ୍ ଯବାନ ଅମର ରହେ ନାରାରେ ଗାଁ ଦାଣ୍ଡ ଉଛୁଳି ପଡୁଛି ।