ସବୁ ଟଙ୍କା ନେଇଯାଅ ହେଲେ ମତେ ଚୋର କୁହ ନାହିଁ : ବିଜୟ ମାଲ୍ୟା

ଭାରତୀୟ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଋଣ ନେଇ ବିଦେଶ ପଳାଇଛନ୍ତି ମାଲ୍ୟା

856

କନକ ବ୍ୟୁରୋ : ଭାରତୀୟ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଋଣ ନେଇ ବିଦେଶ ପଳାଇଛନ୍ତି ମାଲ୍ୟା । ସେ ଏତେ ପରିମାଣରେ ଟଙ୍କା ନେଇ ବିଦେଶ ଯାଇଛନ୍ତି ଯେ, ତାଙ୍କ ପାଇଁ ବ୍ୟାଙ୍କ ଆଜି ଅନେକ କ୍ଷତିରେ ଚାଲିଛି । ତେବେ ମାଲ୍ୟା ବ୍ୟାଙ୍କରୁ ନେଇଥିବା ସମସ୍ତ ଟଙ୍କା ଫେରାଇବେ ବୋଲି କହିବା ପରେ ଚର୍ଚ୍ଚା ଜୋର ଧରିଛି । ଏହାସହ ସେ ଭାରତ ସରକାର ଓ ବ୍ୟାଙ୍କ ଗୁଡିକୁ ଟ୍ୱିଇଟ କରି କହିଛନ୍ତି ଯେ, ମୁଁ ସମସ୍ତ ଟଙ୍କା ଫେରାଇବି ତେଣୁ ମୋ କଥାରେ ବିଶ୍ୱାସ କର । ଏହାସହ ମାଲ୍ୟା ଅଗଷ୍ଟା ହେଲିକପ୍ଟର ମାମଲାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦେଶରେ ଅନେକ ପ୍ରକାର ଦୁର୍ନୀତି ହୋଇଛି । ସେଥିପାଇଁ ଦେଶ ଅନେକ କ୍ଷତି ସହିଛି ।

 

ଏହାସହ ସେହି ମାମଲା ସହ ତାଙ୍କ ମାମଲାକୁ ନ ଯୋଜିବା ପାଇଁ ସେ ନିବେଦନ କରିଛନ୍ତି । ଏହା ପୂର୍ବରୁ ସେ ସମସ୍ତ ଟଙ୍କା ଫେରାଇବେ ବୋଲି ଭାରତ ସରକାରଙ୍କୁ କହିଥିଲେ । ମିଳିଥିବା ସୂଚନା ଅନୁସାରେ ଭାରତୀୟ ବ୍ୟାଙ୍କ ଗୁଡିକରୁ ମୋଟ ୯ହଜାର କୋଟି ଟଙ୍କା ମାଲ୍ୟା ନେଇ ବିଦେଶ ପଳାଇଛନ୍ତି । ଏହି ସମସ୍ତ ଟଙ୍କା ତାଙ୍କର ଥିବା କିଙ୍ଗଫିସର ବିମାନକୁ ବ୍ୟାଙ୍କ ଦେଇଥିଲେ । ୨୦୧୬ ମସିହାରେ ମାଲ୍ୟା ବିଦେଶ ପଳାଇଛନ୍ତି । ତେବେ ତାଙ୍କୁ ଭାରତ ଆଣିବା ପାଇଁ ଭାରତ ସରକାର ଅନେକ ପ୍ରକାର ଚେଷ୍ଟା କରିଛନ୍ତି । ଏହାସହ ତାଙ୍କୁ ଭାରତ ଅଣାଯିବ ପ୍ରସଙ୍ଗରେ ଡିସେମ୍ବର ୧୦ରେ ୟୁୁକେ ଅଦାଲତ ଶୁଣାଣି କରିବେ ବୋଲି ସୂଚନା ମିଳିଛି ।

 

ତେବେ ମାଲ୍ୟା ପୁଣି ଥରେ ଟ୍ୱିଇଟ କରି କହିଛନ୍ତି ଯେ, ମୁଁ ଯେଉଁଠାରେ ଅଛି ତାହା ସହ କେଉଁପରି ଭାବରେ ଦୁବାଇ ମାମଲା ଯୋଡା ଯାଉଛି ତାହା କଥା ମୁଁ ବୁଝି ପାରୁନାହିଁ । ମୁଁ ବିଶ୍ୱର ଯେଉଁଠାରେ ବି ରହିଛି ମୋର ସମସ୍ତଙ୍କୁ ଅନୁରୋଧ କି ମୋର କରଜ ଟଙ୍କା ନିଅ । କିନ୍ତୁ ମୋ ଉପରେ ଅଯଥା ଦୋଷ ଲଦିନଦିଆଯାଉ ବୋଲି ସେ କହିଛନ୍ତି । ଏହା ସହ ବ୍ୟାଙ୍କରୁ ଟଙ୍କା ମୁଁ ଚୋରି କରିଛି ବୋଲି ଯେଉଁ କଥା ଶୁଣାଯାଉଛି ତାହା ଠିକ ନୁହେଁ ବୋଲି ସେ କହିଛନ୍ତି ।

 

ମାଲ୍ୟା କହିଛନ୍ତି ଯେ, ମୁଁ ନେଇଥିବା ସମସ୍ତ ଟଙ୍କା ବ୍ୟାଙ୍କକୁ ଫୋରାଇବି ବୋଲି ଭାରତର ଜନସାଧାରଣ ବିଶ୍ୱାସ ରଖିବା ଆବଶ୍ୟକ । ଅନେକ ଦିନ ହେବ ଭାରତରେ ବିଜୟ ମାଲ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କେବେ ସେ ଭାରତ ଫେରିବେ ଆଉ ଟଙ୍କା ଫେରାଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ମାଲ୍ୟା ପୂର୍ବରୁ ମଧ୍ୟ ଟ୍ୱିଇଟ କରି ନିଜର ମତାମତ ଦେଇଥିବା ଜଣାପଡିଛି ।