ବ୍ୟାଙ୍କର ସମସ୍ତ ଟଙ୍କା ଫେରାଇବା ପାଇଁ ପ୍ରସ୍ତୁତ ! ଟ୍ୱିଟ୍ ଜରିଆରେ ପ୍ରକାଶ କଲେ ମଦ ସମ୍ରାଟ୍ ବିଜୟ ମାଲ୍ୟା

624

କନକ ବ୍ୟୁରୋ : ମଦ ସମ୍ରାଟ୍ ବିଜୟ ମାଲ୍ୟା ଭାରତୀୟ ବ୍ୟାଙ୍କର ଋଣ ଶୁଝିବା ପାଇଁ ପ୍ରସ୍ତୁତ ଅଛନ୍ତି । ବିଜୟ ମାଲ୍ୟା ନିଜେ ବୁଧବାର ଦିନ ସକାଳରେ ଏନେଇ ଟ୍ୱିଟ୍ କରିଛନ୍ତି । ସେ ଟ୍ୱିଟ୍ କରି ପ୍ରକାଶ କରିଛନ୍ତି, ଭାରତୀୟ ବ୍ୟାଙ୍କରୁ ଆଣିଥିବା ସମସ୍ତ ଋଣ ଶୁଝିବା ପାଇଁ ମୁଁ ପ୍ରସ୍ତୁତ । କିନ୍ତୁ ସୁଧ ଦେଇପାରିବେ ନାହିଁ । ଏକ ସଙ୍ଗେ ବିଜୟ ମାଲ୍ୟା ୩ଟି ଟ୍ୱଟ୍ କରିଛନ୍ତି । ବିଜୟ ବ୍ୟାଙ୍କର ୧୦୦ ପ୍ରତିଶତ ମୂଳଧନ ଫେରାଇବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ସୂଚନାଯୋଗ୍ୟ ମାଲ୍ୟା ପାଖାପାକି ୯୦୦୦ କୋଟି ଟଙ୍କା ନେଇ ବିଦେଶ ପଳାୟନ କରିଥିଲେ । ତେବେ ତାଙ୍କୁ ବାରମ୍ବାର ଋଣଖିଲାପକାରୀ କହୁଥିବାରୁ ସେ ଭାରତୀୟ ଗଣମାଧ୍ୟମକୁ ଭର୍ତ୍ସନା କରିଛନ୍ତି ।

ମାଲ୍ୟାଙ୍କ ବିରୋଧରେ ଆଗତ ମାମଲା ଲଣ୍ଡନ ଅଦାଲତରେ ପଡ଼ି ରହିଛି । ସମ୍ପ୍ରତି ମାଲ୍ୟା ସେଠାରେ ବାସ କରୁଛନ୍ତି। ସେ କହିଛନ୍ତି ରାଜନେତା ଓ ଗଣମାଧ୍ୟମ ସବୁବେଳେ ଯୋର୍ ଦେଇ କହୁଛନ୍ତି ଯେ ମୁଁ ପିଏସୟୁ ବ୍ୟାଙ୍କ୍ର ଟଙ୍କା ନେଇ ପଳାଇଥିବାରୁ ଖିଲାପକାରୀ ପାଲଟି ଯାଇଛି । ଏ ସବୁ ମିଛ। କର୍ଣ୍ଣାଟକ ହାଇକୋର୍ଟରେ ମୁଁ ଦେଇଥିବା ସାମଗ୍ରିକ ବୁଝାମଣା ସଂକ୍ରାନ୍ତରେ କାହିଁକି ମୋ ପ୍ରତି ସମପ୍ରକାରରେ ଉତ୍ତମ ଆଚରଣ କରା ନଯିବ? ଦୁଃଖର ବିଷୟ। ସେ ଋଣ ପରିଶୋଧ ନ କରୁଥିବାରୁ ଋଣ ଦେଇଥିବା ରାଷ୍ଟ୍ରାୟତ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ଅନ୍ୟ କେତେକ ବ୍ୟାଙ୍କ୍ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ଉଦ୍ୟମ କରିବା ସମୟରେ ମାଲ୍ୟା ମାର୍ଚ ୨୦୧୬ରେ ଭାରତରୁ ଖସି ପଳାଇଥିଲେ ।