ଆଉ ଖସି ପାରିବେନି ପଳାତକ ବିଜୟ ମାଲ୍ୟା : ବ୍ରିଟେନରେ ଥିବା ସମ୍ପତ୍ତିରେ ପ୍ରବେଶ କରି ଯାଂଚ୍ ଓ ଜବତ ପାଇଁ ଲଣ୍ଡନ କୋର୍ଟଂକ ଅନୁମତି

67

କନକ ବ୍ୟୁରୋ : ବିଜୟ ମାଲ୍ୟାଙ୍କୁ ଝଟକା । ଆଉ ଖସିବାର ବାଟ ନାହିଁ । ଋଣ ଆଦାୟ ଲାଗି ଭାରତୀୟ ବ୍ୟାଙ୍କଗୁଡିକର ପ୍ରତିନିଧି ପୋଲିସ୍ ସହାୟତାରେ ମାଲ୍ୟାଙ୍କ ଲଣ୍ଡନ ସ୍ଥିତ ଘରେ ପଶି ତଲାସୀ କରିପାରିବେ ଏବଂ ସମ୍ପତି ଜବତ କରିପାରିବେ । ବ୍ରିଟେନ୍ ହାଇକୋର୍ଟ ବିଚାରପତି ଏଭଳି ରାୟ ଶୁଣାଇଛନ୍ତି । ମାଲ୍ୟାଙ୍କଠାରୁ ଋଣ ଆଦାୟ ପାଇଁ ସଂଘର୍ଷ କରୁଥିବା ଭାରତର ୧୩ଟି ବ୍ୟାଙ୍କ ପାଇଁ ଏହା ବଡ ସଫଳତା ବୋଲି କୁହାଯାଉଛି । ଭାରତୀୟ ବ୍ୟାଙ୍କ ଗୁଡ଼ିକରୁ ପ୍ରାୟ ୯ ହଜାର କୋଟି ଋଣ ନେଇ ନଶୁଝି ମାଲ୍ୟା ବ୍ରିଟେନ୍ ପଳାଇଯାଇଛନ୍ତି । ସେପଟେ ମାଲ୍ୟାଙ୍କୁ ବ୍ରିଟେନରୁ ପ୍ରତ୍ୟର୍ପଣ ମାଧ୍ୟମେରେ ଅଣାଯିବାକୁ ପ୍ରୟାସ ଚାଲିଛି । ଦୁଇ ସପ୍ତାହ ପରେ ଲଣ୍ଡନର ଏକ କୋର୍ଟେରେ ଏନେଇ ଶୁଣାଣି ହେବ ।

vijay-mallya
image courtesy-http://zeenews.india.com

ସୂଚନାଯୋଗ୍ୟ ଲଣ୍ଡନ ହାଇକୋର୍ଟ କହିଛନ୍ତି ଯେ, ଲଣ୍ଡନରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ବ୍ରିଟେନର ଅଧିକାରୀ ବ୍ୟାଜାପ୍ତି କରିପାରିବେ । ଗୁରୁବାର ହାଇକୋର୍ଟ ନିଜର ରାୟ ଶୁଣାଇବା ସମୟରେ କହିଛନ୍ତି ଯେ, ମାଲ୍ୟା ଭାରତର ପ୍ରାୟ ୧୩ ରୁ ଉଦ୍ଧ୍ୱର୍ ବ୍ୟାଙ୍କରୁ ଅନେକ ଟଙ୍କା ଋଣ ନେଇଛନ୍ତି । ପରେ ସେମାନଙ୍କ ଟଙ୍କା ମଧ୍ୟ ପରିଶୋଧ କରିନାହାନ୍ତି । ତେଣୁ ବ୍ୟାଙ୍କର ନିବେଦନ ପରେ ଏହି ମାମଲାର ବିଚାର କରାଯାଉଛି । ଏଠାରେ ମାଲ୍ୟାଙ୍କର ସମ୍ପତ୍ତି ବ୍ୟାଜାପ୍ତି କରାଯିବାରେ କୌଣସି ଅସୁବିଧା ନାହିଁ ବୋଲି କୋର୍ଟ କହିଛନ୍ତି । ଏହା ସହ ସମ୍ପତ୍ତିର ତଦାରଖ କରୁଠିବା ଅଧିକାରୀଙ୍କୁ ପୋଲିସ ମଧ୍ୟ ସମସ୍ତ ସହାୟତା ଯୋଗାଇ ଦେବାଲାଗି କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

 

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ମାଲ୍ୟାଙ୍କ ସମ୍ପତ୍ତି ଯାଞ୍ଚ କରୁଥିବା ସମସ୍ତ ଅଧିକାରୀ ବିନା କୌଣସି ବାଧାରେ ତାଙ୍କ ଘରେ ପଶି ସମସ୍ତ ଜିନିଷକୁ ଯାଞ୍ଚ କରିପାରିବେ । ସେମାନଙ୍କୁ କୌଣସି ପ୍ରକାରରେ ବାଧା ଦେଇପାରିବେ ନାହିଁ ଅନ୍ୟ ଅଧିକାରୀମାନେ ବୋଲି କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି । ଏପରିକି ସେଠାରେ ଥିବା ତାଙ୍କର ବ୍ୟବସାୟିକ ଅନୁଷ୍ଠାନ ଉପରେ ମଧ୍ୟ ତଦନ୍ତ ଅଧିକାରୀମାନେ ଯାଞ୍ଚ କରିପାରିବେ । ମାଲ୍ୟାଙ୍କ ଉପରେ ଭାରତୀୟ ବ୍ୟାଙ୍କ ଗୁଡିକଠାରୁ ପ୍ରାୟ ୯୦୦୦ କୋଟି ଟଙ୍କା ଋଣ ମାଲ୍ୟା ନେଇଛନ୍ତି ବୋଲି ବ୍ୟାଙ୍କ ଗୁଡିକ ଅଭିଯୋଗ କରିଛନ୍ତି । ତେବେ ମାଲ୍ୟାଙ୍କୁ ଭାରତ ଅଣାଗଲେ ଏଠାକାର ତଦନ୍ତ ଅଧିକାରୀମାନେ ମଧ୍ୟ ନିଜର ତଦନ୍ତ ପ୍ରକ୍ରିୟା କରିବେ । କିନ୍ତୁ ମାଲ୍ୟା ଗତ ଦୁଇ ବର୍ଷ ହେଲା ବିଦେଶରେ ରହିଛନ୍ତି । ଯାହାଦ୍ୱାରା ଭାରତୀୟ ବ୍ୟାଙ୍କ ଗୁଡିକ ବର୍ତ୍ତମାନ ସମୟରେ ଦେବାଳିଆ ପରିସ୍ଥିତିର ସାମ୍ନା କରୁଛନ୍ତି ।

vijay mallya
image courtesy – www.pinterest.com

ଏହି ମାମଲାରେ ମାଲ୍ୟା ସଫେଇ ଦେଇ କହିଛନ୍ତି “ମତେ ଅଯଥାରେ ଦୋଷୀ ଦର୍ଶାଯାଉଛି । ଏପରିକି ଭାରତୀୟ ବ୍ୟାଙ୍କ ଗୁଡିକ ମତେ ପଳାତକ ଘୋଷଣା କରିବା ଲାଗି ମଧ୍ୟ ପଛାଉ ନାହାନ୍ତି । ତେବେ ମୁଁ ସମସ୍ତ ଋଣ ପରିଶୋଧ କରିବି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଦେଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ ଓ ଅଯଥାରେ ମୋ ପରିବାରର ୧୩ ହଜାର କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତି କରାଯାଇଛି” ବୋଲି ମାଲ୍ୟା କହିଛନ୍ତି ।