ଭୁବନେଶ୍ୱରରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ! ବିଜେଡିକୁ ଟାର୍ଗେଟ, କହିଲେ, ୧୭ବର୍ଷରେ କଣ କରିଛନ୍ତି ରାଜ୍ୟ ସରକାର

16

କନକ ବ୍ୟୁରୋ : ଭୁବେନଶ୍ୱରରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ଟାର୍ଗେଟ କରିଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ । ଓଡ଼ିଶାରେ ବିଜେଡି ସରକାରର ୧୭ବର୍ଷ ଶାସନକାଳରେ ଯେତିକି ବିକାଶ ହେବା କଥା ତାହା ହୋଇନାହିଁ ଏନେଇ ସରକାରଙ୍କୁ ପ୍ରଶ୍ନ କରିବା ଉଚିତ ବୋଲି ସେ କହିଛନ୍ତି । ସବୁ ରାଜ୍ୟକୁ ବିଜେପି ସମାନ ଭାବରେ ଦେଖେ ଏବଂ ଆବଶ୍ୟକତା ଅନୁଯାୟୀ ଅର୍ଥ ଯୋଗାଇ ଦିଆଯାଏ ଏଥିରୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଗୁରୁତ୍ୱ ନୁହେଁ ବୋଲି ଭିକେ ସିଂହ କହିଛନ୍ତି ।

ଏହାସହ ଭାରତୀୟ ସେନାକୁ ନେଇ କଂଗ୍ରେସର ମନ୍ତବ୍ୟକୁ ନିନ୍ଦା କରିଛନ୍ତି ଭିକେ ସିଂହ । ସେନା ରାଜନୀତିରେ ପଡେ ନାହିଁ, ଦେଶ ପାଇଁ କାମ କରେ ତେବେ କଂଗ୍ରେସର ଏପରି ମନ୍ତବ୍ୟ ଦ୍ୱାରା ସେ ଆହତ ବୋଲି କହିଛନ୍ତି । ସେହିପରି ୨ବର୍ଷ ମଧ୍ୟରେ ସବୁ ଜିଲ୍ଲାରେ ପାସପୋର୍ଟ ଅଫିସ ଖୋଲାଯିବ ବୋଲି ଭିକେ ସିଂହ ସୂଚନା ଦେଇଛନ୍ତି ।