ସୁପରହିଟ ସିନେମା ‘ବାହୁବଲୀ ୨’ର ୫ ଟି ଭୁଲ ଦର୍ଶାଇଲେ ଜଣେ ଦକ୍ଷିଣୀ ନିର୍ଦ୍ଦେଶକ ! ଧନ୍ୟବାଦ ଜଣାଇଲେ ରାଜମୌଲୀ

52

ମାତ୍ର ଏକ ସପ୍ତାହରେ ୮୦୦ କୋଟିରୁ ଅଧିକ ଆୟ କରି ସାରିଥିବା ସିନେମା ବାହୁବଲୀର ନିର୍ଦ୍ଦେଶକଙ୍କୁ ସେମାସିଆଲ ମିଡିଆରେ ଅନେକ ଶୁଭକାମନା ମିଳୁଛି । ସିନେମାର ନିର୍ଦ୍ଦେଶକ ଏସ.ଏସ ରାଜମୌଲୀ ନିଜେ ଏନେଇ ସମସ୍ତଙ୍କୁ ଉତ୍ତର ମଧ୍ୟ ଦେଉଛନ୍ତି । ଏମିତି ହିଁ ଏକ ଟ୍ୱିଟ ଦକ୍ଷିଣୀ ସିନମୋର ଜଣେ ନିର୍ଦ୍ଦେଶକ ବିଗ୍ନେଶ ଶିବ ଏନ ବାହୁବଲୀର ସଫଳତାରେ ନେଇ ଏକ ଟ୍ୱିଟ୍ କରିଛନ୍ତି । କିନ୍ତୁ ଏହି ଟ୍ୱିଟରେ ସେ ‘ବାହୁବଲୀ ୨’ ସିନେମାର ୫ ଟି ଭୁଲକୁ ଦର୍ଶାଇଛନ୍ତି ।

୧. ବିଗ୍ନେଶଙ୍କ କହିବା ଅନୁସାରେ ସିନେମାର ପ୍ରଥମ ଭୁଲ, ଏତେ ଭଲ ସିନେମା ପାଇଁ କେବଳ ୧୨୦ ଟଙ୍କାର ଟିକଟ ବହୁତ କମ୍ । ଅଧିକ ପେମେଣ୍ଟ ପାଇଁ ସଂଗ୍ରହ ବାକ୍ସ କିମ୍ବା ନିର୍ମାତାଙ୍କ ଆକାଉଂଟ ନମ୍ବର ଓ ଠିକଣା ଦେବା ଉଚିିତ ଥିଲା ।

୨. ସିନେମାର ଦ୍ୱିତୀୟ ଭୁଲ ହେଲା ସିନେମାଟି ବହୁତ ଛୋଟ । ମାତ୍ର ୩ ଘଣ୍ଟାରେ ଏତେ ସୁନ୍ଦର କାହାଣୀ ତଥା ଅନୁଭୂତି ଶେଷ ହୋଇଗଲ ।

୩. ଏହି ସିନେମାର କାହାଣୀ ଏତେ ନିଖୁଣ ହୋଇଛି ଯେ ଅନ୍ୟ ନିର୍ମାତାମାନଙ୍କ ଚିନ୍ତା କରିବା ଶୈଳୀ ଏବେ ଶେଷ ହୋଇଯିବା ଉପରେ ।

୪.ଛତୁର୍ଥ ଭୁଲ ହେଲା ମାତ୍ର ୨ ଟି ଭାଗରେ ବାହୁବଲୀ ଶେଷ ନହୋଇ ଆଉ ୧୦ ଟି ଭାଗ ହେବାର ଥିଲା ।

୫.ଏହାସହ ବିଗ୍ନେଶ କହିଛନ୍ତି ଆଗକୁ ବହୁତ ମୁସ୍ତିଲ ଅଛି କାରଣ ଏହି ସିନେମା ଏକ ମାନବିନ୍ତୁ ସୃଷ୍ଟି କରିଛି । ଭାରତୀୟ ଇତିିହାସରେ ଏହି ସିନେମାର ରେକର୍ଡ ଭାଙ୍ଗିବା କେବେ ସମ୍ଭବ ହେବ ସେକଥା ମୁଁ ଚିନ୍ତା କରୁଛି ।