ଭିଜିଲାନ୍ସ ଜାଲରେ କୋଟିପତି ଓଏଏସ୍ । ଫିଲ୍ମ ଷ୍ଟାଇଲରେ ଏକକାଳୀନ ୪ଟି ସ୍ଥାନରେ ରେଡ

37

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କୋଟିପତି ଓଏଏସ ଅଫିସର । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ଓଏଏସ ଅଧିକାରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ଓଏଏସ ଅଫିସର ଆଶୁତୋଷ ସାମଲଙ୍କ ବାସଭବନ ଉପରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଆଶୁତୋଷଙ୍କ ସରକାରୀ ବାସଭବନ ସହ ଅନ୍ୟ ୪ଟି ସ୍ଥାନରେ ମଧ୍ୟ ଚଢାଉ ହୋଇଛି ।

ଭୁବନେଶ୍ୱର ଖାରବେଳ ନଗରରେ ଏହି ଓଏଏସ ଅଧିକାରୀଙ୍କ ଏକ ଫ୍ଲାଟ୍ ଜବତ ହୋଇଛି । ଯାହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏହା ସହ ଏହି ଓଏଏସ ଅଧିକାରୀଙ୍କ ପୈତୃକ ବାସସ୍ଥାନ ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଶାସନ ପୁରୁଷୋତମପୁର ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନବରଙ୍ଗପୁର ଓ ଆଶୁତୋଷଙ୍କ ସଚିବାଳୟ ସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରହିଛି ।