ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ ! ଏକକାଳୀନ ୫ଟି ଟିମ୍ କରୁଛି ଚଢ଼ାଉ

404

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ଜଣେ କୋଟିପତି କିରାଣୀ । ଯାଜପୁର ଡେପୁଟି ଡାଇରେକ୍ଟର ଅଫ ମାଇନ୍ସଙ୍କ କାର୍ଯ୍ୟାଳୟରେ କିରାଣୀ ଥିବା ଚିନ୍ମୟ ବେହୁରାଙ୍କ ଘରେ ଓ ଅଫିସରେ ଆଜି ଭିଜିଲାନସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୫ଟି ଟିମ୍ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି । କୋଟିପତି କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ନେଇ ଏବେ ସମଗ୍ର ଯାଜପୁର ଜିଲ୍ଲାରେ ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କାଳିଆପାଣି ଖଣି ଉପନିର୍ଦ୍ଦେଶକଙ୍କ କାର‌୍ୟ୍ୟାଳୟରେ କିରାଣୀ ଥିବା ଚିନୟ ବେହୁରାଙ୍କ ନାମରେ ପୂର୍ବରୁ ବହୁ ଦୁର୍ନୀତି ଅଭିଯୋଗ ଥିଲା । ଏପରିକି ଅସତ ଉପାୟ ଅବଲମ୍ବନ କରି ଶ୍ରୀ ବେହୁରା ନିଜ ଆୟ ଠାରୁ ଯଥେଷ୍ଟ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନସ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଆଜି ସକାଳୁ ଭିଜିଲାନ୍ସର ୫ଟି ଟିମ୍ ଶ୍ରୀ ବେହରାଙ୍କ କାଳିଆପାଣିସ୍ଥିତ ଅଫିସ, ସୁକିନ୍ଦାସ୍ଥିତ ଘର, ଶ୍ୱଶୁର ଘର, ପୈତୃକ ଘର ସହିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ କରାଯାଇଛି।