ପାଇଖାନା ପଇସା ଚଳୁ କରିଦେଲେ କନିଷ୍ଠ ଯନ୍ତ୍ରୀ । ଶୌଚାଳୟ ନିର୍ମାଣ ପାଇଁ ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ।

30

କନକ ବ୍ୟୁରୋ: ପାଇଖାନା ପଇସା ଚଳୁ କରିଦେଲେ ପୌର ପରିଷଦର କନିଷ୍ଠ ଯନ୍ତ୍ରୀ । ଶୌଚାଳୟ ନିର୍ମାଣ ବାବଦକୁ ବିଲ୍ କରାଇ ଦେବା ପାଇଁ ଠିକାଦାରଙ୍କ ଠାରୁ ନେଉଥିଲେ ଲାଂଚ । ଠିକଣା ସମୟରେ ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ । ରାୟଗଡ଼ା ପୌରପରିଷଦ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ରଶ୍ମିରଂଜନ ବେହେରା ଭିଜିଲାନ୍ସ ଜାଲରେ ପଡିଛନ୍ତି ।

ସୂଚନା ମୁତାବକ କନିଷ୍ଠ ଯନ୍ତ୍ରୀ ରଶ୍ମିରଂଜନ ଠିକାଦାର ଏମ.ଅଶୋକଙ୍କୁ ୧୪ ଲକ୍ଷ ଟଙ୍କାର ଶୌଚାଳୟ ନିର୍ମାଣ କାର୍ଯ୍ୟ ବାବଦକୁ ୫୦ ହଜାର ଟଙ୍କା ଲାଂଚ ନେଉଥିଲେ । ଲାଂଚ ନେଉଥିବା ଟଙ୍କାକୁ ଝରକା ବାହାରକୁ ଫିଙ୍ଗି ଦେଉଥିବା ବେଳେ ବିଳମ୍ବିତ ରାତ୍ରିରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବୋଲି ଜଣାପଡ଼ିଛି ।

ଅନ୍ୟପଟେ ତାଙ୍କ କାର୍ଯ୍ୟାଳୟ ଓ ରାୟଗଡ଼ା ଉମାଶଙ୍କର ଟକିଜ ନିକଟସ୍ଥତ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି । ଘରେ ମଧ୍ୟ କିଛି ଟଙ୍କାକୁ ଜବତ କରିଥିବା ସୂଚନା ମିଳିଛି । ଏହାପରେ କନିଷ୍ଠ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି ।