ରଙ୍ଗୀଲା ବାବୁ! ରେଡ୍ ବେଳେ ସାମ୍ନାକୁ ଆସିଲା ସରକାରୀ ବାବୁଙ୍କ ରଙ୍ଗୀଲା ମିଜାଜ୍

39

କନକ ବ୍ୟୁରୋ : କେମିତି ଥିଲା ଆଇଏଏସ୍‍ ଅଫିସର ପାର୍ଥସାରଥୀ ମିଶ୍ରଙ୍କ ମିଜାଜ୍‍ । ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ଘରେ ରେଡ୍‍ ପରେ ତାଜୁବ୍‍ ହୋଇଯାଇଛି ଭିଜିଲାନ୍‍ସ । ଭୁବନେଶ୍ୱର, ପୁରୀ ଓ କଟକରେ ବଙ୍ଗଳା ସହ ପ୍ରାୟ ୫କୋଟିର ଆୟବହିର୍ଭୁତ ସଂପତିର ହିସାବ ପାଇଛି । ସେପଟେ ରାଜ୍ୟ ବାହାରେ ବି ନିଜ ସଂପତ୍ତି ରଖିଥିବା ସନ୍ଦେହ କରାଯାଉଛି । ତେବେ ପାର୍ଥଙ୍କ ରଙ୍ଗୀନ୍‍ ମିଜାଜ୍‍ର ପ୍ରମାଣ ଲାଗିଛି ତାଙ୍କ ଘର ଭିତରୁ ।

କଟକରେ ଆଲିସାନ୍‍ କୋଠା । ଘର ତ ନୁହେଁ ସରକାରୀ ଚାକିରୀରେ ବାବୁ ତିଆରି କରିଥିଲେ ବଙ୍ଗଳା । ଘରସାରା, ଯୁଆଡ଼େ ଚାହିଁବେ ଦାମୀ ଜିନିଷର ଭିଡ଼ । ବିଦେଶୀ ଆସବାବପତ୍ର, ବ୍ରାେ¨ଡ୍‍ ଡ୍ରେସ୍‍ । ପୂର୍ବରୁ ଯୌନ କେଳେଙ୍କାରୀର ଅଭିଯୋଗ ଆସିବା ପରେ ଆଇଏଏସ୍‍ ଅଫିସର ପାର୍ଥସାରଥୀ ଯେ ଟିକେ ରଙ୍ଗୀଲା, ତାରା ଆଭାସ୍‍ ମିଳିଥିଲା ।

ଆଉ ଏବେ ଏକଥା ପ୍ରମାଣ କରୁଛି ବାବୁଙ୍କ ବିଦେଶୀ ପରଫ୍ୟୁମ୍‍ ଓ ଇମ୍ପୋଟେଡ୍‍ ହାତଘଣ୍ଟାକୁ ଦେଖି । ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା । ଏସବୁକୁ ଦେଖି ଭିଜିଲାନ୍‍ସ ପତ୍ତା ଲଗାଇବାକୁ ଚେଷ୍ଟା କରୁଛି, କେଉଁ ସୂତ୍ରକୁ ବ୍ୟବହାର କରି କଳାଧନକୁ ଠୁଳ କରିଥିଲେ ପାର୍ଥସାରଥୀ । କେବଳ ସେତିକି ନୁହେଁ, ରାଜ୍ୟ ବାହାରେ ବି ଏ ବାବୁଙ୍କ ସଂପତ୍ତି ଥିବା ସନ୍ଦେହ କରିଛି ଭିଜିଲାନ୍‍ସ ।

ତେବେ ମୁଖ୍ୟମନ୍ତ୍ରୀ ପାର୍ଥସାରଥୀଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି । ଏହା ସହ ଆଜି ଭିଜିଲାନ୍‍ସ କୋର୍ଟରେ ମଧ୍ୟ ତାଙ୍କର ଜାମିନ୍‍ ଆବେଦନ ଖାରଜ୍‍ ହୋଇଛି । ସରକାରୀ ଓକିଲ ଯୁକ୍ତି ଦର୍ଶାଇଛନ୍ତି ଯେ, ପ୍ରଭାବଶାଳୀ ବାବୁ ବାହାରକୁ ଆସିଲେ ତଥ୍ୟ ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କରିବେ । ଅଧିକ ତଥ୍ୟ ହାସଲ ପାଇଁ ୫ଦିନିଆ ରିମା¨ରେ ଆଣିବାକୁ କୋର୍ଟରେ ଆବେଦନ କରିଛି ଭିଜିଲାନ୍‍ସ । ଯାହାର ଶୁଣାଣି ଆସନ୍ତା ସୋମବାର ଦିନ ହେବ ।