ଆଇଏଏସ ବିଜୟ କେତନଙ୍କ ଜାମିନ ଆବେଦନ ଖାରଜ । ଆସନ୍ତା ୫ ତାରିଖ ଯାଏଁ ଭିଜିଲାନ୍ସ ରିମାଣ୍ଡରେ ରହିବେ ବିଜୟ କେତନ ।

182

କନକ ବ୍ୟୁରୋ : ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଗିରଫ ହୋଇଥିବା ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଖାରଜ ହୋଇଯାଇଛି । ଆଇଏଏସ୍‌ ବିଜୟ କେତନଙ୍କୁ ଭିଜିଲାନ୍ସ  ଆସନ୍ତା ୫ ତାରିଖ ଯାଏଁ ରିମାଣ୍ଡରେ ନେଇଛି । ସେ ଆଗାମୀ ୫ ତାରିଖ ଯାଏଁ ଭିଜିଲାନ୍ସର ରିମାଣ୍ଡରେ ରହିବେ ।

ବିଜୟ କେତନଙ୍କୁ ରିମାଣ୍ଡରେ ନେବା ପାଇଁ ଭିଜିଲାନ୍ସ ପକ୍ଷରୁ ଜାନୁଆରି ୨ରୁ ୬ ଯାଏଁ କୋର୍ଟରେ ଆବେଦନ ହୋଇଥିଲା । କିନ୍ତୁ କୋର୍ଟ ଆଜିଠାରୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି । ବିଜୟ କେତନଙ୍କ ସହିତ ୟେସ ବ୍ୟାଙ୍କର ମ୍ୟାଜେଜରଙ୍କୁ ମଧ୍ୟ ରିମାଣ୍ଡରେ ନେଇଛି ଭିଜିଲାନ୍ସ ।