ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ବାବୁ

32

ସମ୍ବଲପୁର ବ୍ୟୁରୋ,କନକ ନ୍ୟୁଜ୍ : ଭିଜିଲାନ୍ସ ଜାଲରେ ସମ୍ବଲପୁର ରେଢାଖୋଲର ସହକାରୀ ଯନ୍ତ୍ରୀ । ଶ୍ୟାମସୁନ୍ଦରଙ୍କ ପୈତୃକ ବାସଭବନ ସମେତ ୫ଟି ଯାଗାରେ ଭିଜିଲାନ୍ସ ଚଢାଉ କରିଛି । ଝାରସୁଗୁଡା କୁମାରବନ୍ଧ ଘର, ସୁନ୍ଦରଗଡରେ ଥିବା ଶଶ୍ୱରୁ ଘର, ସମ୍ବଲପୁର ବାସଭବନ, ପୈତୃକ ବାସଭବନ ଓ ରେଢାଖାଲ ଅଫିସ ସମେତ ୫ଟି ଯାଗାରେ ଏକକାଳୀନ ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଥିବା ଜଣାପଡିଛି ।

ସେହିପରି ଅନଗୁଳ କଳିଙ୍ଗ ନଗର କେନାଲ ଡିଭିଜନର କନିଷ୍ଠ ଯନ୍ତ୍ରୀ କେ.କେ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଅନୁଗୁଳ ଶିମିଳିପଡା ସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଆଜି ସକାଳୁ କେ.କେ ତ୍ରିପାଠୀଙ୍କ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ହୋଇଛି । ଆୟବହିର୍ଭୂତ ସଂପତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ସେଲର ଡିଏସପି ଦିଲ୍ଲୀପ କୁମାରଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିବା ସୂଚନା ମିଳିଛି ।