ଘରେ ରେଡ ପରେ ବାନ୍ଧିଲା ଭିଜିଲାନ୍ସ ! ଗିରଫ ହେଲେ ରାଉରକେଲା ଲାଠିକଟା ବ୍ଲକର ବିଡିଓ ସମେତ ୩ ଅଧିକାରୀ

24

କନକ ବ୍ୟୁରୋ: ବ୍ଲକ ଅଫିସରଙ୍କ ଘରେ ରେଡ ପରେ ବାନ୍ଧିଲା ଭିଜିଲାନ୍ସ । ରାଉରକେଲା ଲାଠିକଟା ବ୍ଲକ ଅଫିସର ୩ ଜଣ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ବିଡିଓ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ବାନ୍ଧିଛି ଭିଜିଲାନ୍ସ । ଗତକାଲି ପୂର୍ଣ୍ଣଚନ୍ଦ୍ର ଭୋଇ, ବୁଦେ୍ଧଶ୍ୱର ସାହୁ ଓ ରାଜକିଶୋର ସାହୁଙ୍କ ଘରେ ଚଢାଉ କରାଯାଇଥିଲା । ଟେଣ୍ଡର ଅନିୟମିତତା ଓ ୪୬ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗରେ ଏମାନଙ୍କ ଘରେ ଛାନଭିନ୍ କରିବା ପରେ ଗିରଫ କରିଛ ଭିଜିଲାନ୍ସ ।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୫ ମସିହାରେ ଏକ ରାସ୍ତା ନିର୍ମାଣ କରା ନ ଯାଇ ଏ ବାବଦ ଟଙ୍କାକୁ ହଡ଼ପ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଭିତ୍ତିରେ କଟକ ଭିଜିଲାନ୍ସ ସେଲର ଅଧିକାରୀମାନେ ଏକକାଳୀନ ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ଲାଠିକଟାସ୍ଥିତ ବାସଭବନ, ସହକାରୀ ଯନ୍ତ୍ରୀ ରାଜକିଶୋର ସାହୁ  ଓ କନିଷ୍ଠ ଯନ୍ତ୍ରୀ ବୁଧେଶ୍ୱର ସାହୁଙ୍କ ଛେଣ୍ଡ କଲୋନିସ୍ଥିତ ବାସଭବନରେ ଚଢ଼ାଉ କରିଥିଲେ। ତେବେ ଏହି ସମୟରେ ବହୁ ଆପତ୍ତିଜନକ କାଗଜପତ୍ର ଜବତ କରିବା ସହିତ ଆଜି ଭିଜିଲାନ୍ସ ଉପରୋକ୍ତ ୩ ଜଣ ଅଧିକାରୀଙ୍କୁ ଗିରଫ କରିଛି।