ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ: ଆର ଆଣ୍ଡ ବି ଡିଭିଜିନର ଅଡିଟର ପ୍ରସନ୍ନ କୁମାର ନନ୍ଦଙ୍କ ବାସଭବନରେ ଭିଜିଲାନ୍ସର ରେଡ୍

28

କନକ ବ୍ୟୁରୋ : ବାହାରୁ ଦେଖାଯାଉଛି ଚାଳଘର ଓ ଗୁହାଳ । କିନ୍ତୁ ଭିତରକୁ ଗଲେ କୋଠାଘରକୁ ଘେରି ରହିଛି ଏହି ନଡାଛପର ଘର । କେବଳ ଏତିକି ନୁହେଁ ଚାଳ ଘରେ ସିସିଟିଭି ଲଗାଯାଇ ସବୁଠି ରଖାଯାଇଛି ନଜର । ଶିଶୁପାଳରେ ଥିବା ଆର ଆଣ୍ଡ ବି ଡିଭିଜିନର ଅଡିଟର ପ୍ରସନ୍ନ କୁମାର ନନ୍ଦଙ୍କ ବାସଭବନର ଏହି ଦୃଶ୍ୟ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ତାଙ୍କ ବାସଭବନରେ ଭିଜିଲାନ୍ସର ରେଡ୍ କରିଛି । ଶିଶୁପାଳଗଡରେ ଥିବା ତାଙ୍କ ବାସଭବନ ସମେତ ଭୁବନେଶ୍ୱର ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଭିଜିଲାନ୍ସ ଏସପି ଦୟାନିଧି ଗୋଚ୍ଛାୟତଙ୍କ ନେତୃତ୍ୱରେ ଟିମ୍ ଚଢାଉ ଜାରି ରଖିଛି ।

ଦେଖନ୍ତୁ ଏହି ଭିଡିଓ :