ଖୋର୍ଦ୍ଧା : ବେଗୁନିଆ ପୂର୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ

36

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଖୋର୍ଦ୍ଧା ବେଗୁନିଆ ପୂର୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ ସାହୁଙ୍କ ପୈତୃକ ଗାଁ ନାଚୁଣୀ ନୟାକୋଟରେ ଭିଜିଲାନ୍ସର ଏକ ଟିମ୍ ଚଢାଉ କରିଛି । ଏହା ସହ ଖୋର୍ଦ୍ଧା ବିଡିଏ କଲୋନୀ ସ୍ଥିତ ପ୍ରଫୁଲ୍ଲଙ୍କ ଶ୍ୱଶୂର ଘର ଓ ତାଙ୍କ ନିଜ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।