୧୦ଟି ଜିଲ୍ଲାର ଗ୍ୟାସ ଏଜେନ୍ସି ଓ ପେଟ୍ରୋଲ ପମ୍ପରେ ଚଢାଉର ତଥ୍ୟ ଦେଲା ଭିଜିଲାନ୍ସ ! ତାଳଚେର ପ୍ରଧାନ ଗ୍ୟାସ ଏଜେନ୍ସି ବିରୋଧରେ ଆସିଥିଲା ଅଭିଯୋଗ

29

କନକ ବ୍ୟୁରୋ : ରାଜ୍ୟର ୧୦ଟି ଜିଲ୍ଲାର ଗ୍ୟାସ ଏଜେନ୍ସି ଓ ପେଟ୍ରୋଲ ପମ୍ପ ଉପରେ ରେଡ କରିଥିଲା ଭିଜିଲାନ୍ସ । ଏନେଇ ସୂଚନା ଦେଇଛି ଏହି ତଦନ୍ତକାରୀ ସଂସ୍ଥା । ତାଲଚେରସ୍ଥିତ ପ୍ରଧାନ ଗ୍ୟାସ ଏଜେନ୍ସିରେ ଅନେକ ବେଆଇନ କାରବାର ହେଉଥିବା ନେଇ ଅଭିଯୋଗ ଆସିଥିବା କୁହାଯାଇଛି । ଏଜେନ୍ସିରେ ୪୦ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡର ନଥିଲା । ଏଜେନ୍ସିରୁ ବେଆଇନ୍ ଭାବେ ଗ୍ୟାସ ସିଲିଣ୍ଡରକୁ ବିକ୍ରି କରାଯାଇଥିଲା ଏବଂ ବିନା କାଗଜପତ୍ରରେ ତାଳଚେରର ଦେବରାଜ ପଣ୍ଡାଙ୍କୁ ବିକ୍ରି ହୋଇଥିଲା ।

ଜାଲ୍ କାଗଜ ପତ୍ରରେ ଗ୍ରାହକଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଏହି ଅଭିଯୋଗ ପାଇବା ପରେ ଭିଜିଲାନ୍ସ ରେଡ କରିଥିଲା । ଯାଂଚ ପରେ ମୋଟ ୮୩ ଗ୍ୟାସ ସିଲିଣ୍ଡର ବାବଦରେ ତଥ୍ୟ ମିଳିଲା ବୋଲି ଭିଜିଲାନ୍ସ ସୂଚନା ଦେଇଛି । ଏହା ସହ ଗୋଦାମରେ ଗ୍ୟାସ ଭର୍ତ୍ତି କରିବା ସରଂଜାମ ମିଳିଲା ବୋଲି କୁହାଯାଇଛି । ପ୍ରଧାନ ଗ୍ୟାସ ଏଜେନ୍ସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇଙ୍କ ନାଁରେ ରହିଛି ।