ଡାକ୍ତରୀ ବାବୁଙ୍କ ଧରିଲା ଭିଜିଲାନ୍ସ ! ରୋଗୀଙ୍କ ଠାରୁ ୧୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଡାକ୍ତର ବି. ଗୋପାଳ ଚନ୍ଦ୍ର ରାଓ

36

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ । ଲାଂଚ ନେଇ ଧରାପଡ଼ିଲେ ଗଂଜାମ ଜିଲ୍ଲା ବୁଗୁଡାର ମେଡ଼ିକାଲ ଅଫିସର । ବୁଗୁଡ଼ା ମେଡ଼ିକାଲର ଡ଼ାକ୍ତର ବି.ଗୋପାଳ ଚନ୍ଦ୍ର ରାଓ ଜଣେ ରୋଗୀଙ୍କ ଅପରେସନ୍ ପାଇଁ ୧୫ଶହ ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଚଢାଉ ସମୟରେ ତାଙ୍କଠାରୁ ନଗଦ ୭୪ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହାସହ ଡାକ୍ତର ରାଓଙ୍କ ବ୍ରହ୍ମପୁର ଏବଂ ବିଶାଖାପାଟଣା ବାସଭବନରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ସ୍ୱରୂପ । ଏହାର ଝଲକ ମଧ୍ୟ କିଛି ଦିନ ପୂର୍ବରୁ ଦେଖିବାକୁ ମିଳିଥିଲା । ମାଲକାନଗିର ଭଳି ବିଚ୍ଚିନ୍ନାଞ୍ଚଳରେ ପ୍ରସୂତିଙ୍କୁ କାନ୍ଧରେ ବୋହି ଚର୍ଚ୍ଚାକୁ ଆସିଥିଲେ ଯୁବ ଡାକ୍ତର ଓମକାର ହୋତା । ଏଥିପାଇଁ ପୁରସ୍କୃତ ମଧ୍ୟ ହୋଇଥିଲେ । କିନ୍ତୁ ବି. ଗୋପାଳଙ୍କ ପରି ଡାକ୍ତର ରୋଗୀଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିବା ନିଶ୍ଚିତ ଏକ ଲଜ୍ଜାଜନକ ବିଷୟ ।