ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢ଼ାଉ

21

କନକ ବ୍ୟୁରୋ : ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ । ଏଲଇଡି ଲାଇଟ୍ ପୋଷ୍ଟ କିଣିବା ପାଇଁ ଟେଣ୍ଡର ଫିକ୍ସିଂ ଅଭିଯୋଗରେ କଟକ ଏବଂ ଢେଙ୍କାନାଳ ଭିଜିଲାନ୍ସ ବିଭାଗର ମିଳିତ ଚଢାଉ ହୋଇଥିଲା । ପୌରସଂସ୍ଥା ପକ୍ଷରୁ ସହରରେ ଆଲୋକୀକରଣ ବ୍ୟବସ୍ଥା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା ।

ମାତ୍ର ଟେଣ୍ଡର ପେପର ଖୋଲାଯିବା ତାରିଖ ପୁର୍ବରୁ ସହର କିଛି ସ୍ଥାନରେ ଖୁଂଟ ପୋତାଯିବା ସହ ୧୨ଟି ସ୍ଥାନରେ ଆଲୋକ ସଂଯୋଗ କରାଯାଇଛି । ଏଥିରେ ଏକ ଲାଇଟ୍ ଯୋଗାଣ ସଂସ୍ଥା ସମ୍ପୃକ୍ତ ରହିଛି । ପୌରସଂସ୍ଥା ପକ୍ଷରୁ ଏଲଇଡି ଲାଇଟ୍ କିଣାଯିବା ପାଇଁ ୮୨ଲକ୍ଷ ୯୪ହଜାର ଟଙ୍କା ବ୍ୟୟ ଅଟକଳ ହୋଇଛି । ଜୁଲାଇ ୧ ତାରିଖରେ ଟେଣ୍ଡର ଖୋଲାଯିବାକୁ ଥିବା ବେଳେ ବହୁ ପୂର୍ବରୁ କିପରି ଲାଇଟ୍ ସଂଯୋଗ କରାଯାଇଛି ଏବଂ ଏଥିରେ କାହାର ସଂପୃକ୍ତି ଅଛି ? ଏନେଇ ଭିଜିଲାନ୍ସର ଖୋଳତାଡ଼ ଆରମ୍ଭ ହୋଇଯାଇଛି ।

ଦେଖନ୍ତୁ ଏହି ଭିଡିଓ –