ବଲାଙ୍ଗୀର : ସଏଲ କଂଜରଭେସନ୍ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

21

କନକ ବ୍ୟୁରୋ : ବଲାଙ୍ଗୀରରେ ଭିଜିଲାନ୍ସର ଛାନଭିନ୍ । ରାଜେନ୍ଦ୍ରପଡାରେ ସଏଲ କଂଜରଭେସନ୍ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଚଢାଉ କରିଛନ୍ତି ଭିଜିଲାନ୍ସ ଟିମ୍ । ସଂକୀର୍ତ୍ତନ ବିଶିଙ୍କ ବାସଭବନ ସମେତ ଏକକାଳିନୀ ୪ଟି ସ୍ଥାନରେ ଛାପା ମାରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୪ଟି ଭିନ୍ନ ଭିନ୍ନ ଟିମ୍ ବଲାଙ୍ଗୀରର ରାଜେନ୍ଦ୍ରପଡା, ଭବାନୀପାଟଣା, କେସିଙ୍ଗା, ଲୋଇସିଂହାର ପୈତୃକ ଘରେ ଚଢ଼ାଉ ଜାରି ରଖିଛି ।