ଫକୀର ବନିଲେ ଅମୀର ! ଭିଜିଲାନ୍ସ କବଜାରେ କୋଟିପତି ଅମିନ ଫକୀର ମୋହନ ଜେନା

51

କନକ ବ୍ୟୁରୋ: ଫକୀର ବନିଲେ ଅମୀର । ନାଁ ଫକୀର ହେଲେ ସମ୍ପତି କୋଟି କୋଟିର । ଏଭଳି ଜଣେ କୋଟିପତି ଅମିନଙ୍କୁ ଧରିଛି ଭିଜିଲାନ୍ସ । ମାତ୍ର ୪ ବର୍ଷ ଚାକିରି ଭିତରେ ଅମିନ ବାବୁଙ୍କ ନାଁରେ ରହିଛି ୧୨ ଟି ପ୍ଲଟ୍ ଓ ଫ୍ଲାଟ୍ । ଲୋକଙ୍କ ଜମିବାଡି ମାପଚୁପରେ ଜାଲିଆତି କରି କୋଟି କୋଟି ଟଙ୍କା ରୋଜଗାର କରିଥିବା ଅଭିଯୋଗ ହୋଇଛି ଏହି ସରକାରୀ ବାବୁଙ୍କ ନାଁରେ ।

କେମିତି ଫକୀର ବନିଲେ ଅମୀର ଭିଜିଲାନ୍ସ ଚଳାଇଛି ତନାଘନା । ଲୋକଙ୍କ ଜମିବାଡି ଜାଲିଆତି, ଜମି ପଞ୍ଜିକରଣ, ମାପଚୁପ, ପଟ୍ଟାପାଉତି, ମାଲିକାନା ଓ ଦଲାଲି ପଛରେ ଅମୀନ ହାତ ଥିବା ଅଭିଯୋଗ । ଜଣେ ସରକାରୀ ଅମୀନ ହୋଇ କିଛି ବିଲଡର ବା ଅସାଧୁ ବ୍ୟକ୍ତିଙ୍କୁ ଅମୁକମ୍ପା ଦେଖାଇବା ଭଳି ସଙ୍ଗୀନ ଅଭିଯୋଗ ରହିଛି ଏହି ଅମୀନଙ୍କ ବିରୋଧରେ । ଦଲାଲି କରି ଟଙ୍କା ରୋଜଗାର କରି ବା ଅସାଧୁ ଉପାୟରେ ଫକୀର ବାବୁ ଅମୀର ହୋଇଥିବା ଭିଜିଲାନ୍ସ କହିଛି ।

ଫକୀରଙ୍କ ପୁରୀ, ବ୍ରହ୍ମଗିରି,ତହସିଲ ଓ ଭୁବନେଶ୍ୱର ବାସଭବନରେ ଭୋରରୁ ଏକକାଳିନ ଚଢାଉ କରିଥିଲା ଭିଜିଲାନ୍ସର ଏକ ସ୍ୱତନ୍ତ ଟିମ୍ । ଆଉ ଯାହା ମିଳିଲା ଭିଜିଲାନ୍ସ ଅଧିକାରୀଙ୍କ ଆଖି ଟେରା ହୋଇଗଲା । ନଗଦ ୧ଲକ୍ଷ ୯୨ ହଜାରରୁ ଉର୍ଦ୍ଧ ନଗଦ ଟଙ୍କା ମିଳିଥିବା ବେଳେ, ସୁନା ଗହଣା, ଗଣ୍ଡା ଗଣ୍ଡା ପାସବୁକ୍, ଏଟିଏମ୍ କାର୍ଡ ଦାମୀକାର ସହ ଆଇଫୋନ୍ ସେଭେନ୍ ଓ ରାଡୋ ଘଂଟା ଲାଗିଥିଲା ଭିଜିଲାନ୍ସ ହାତରେ । ସବୁଠୁ ବୂଡ କଥା ହେଉଛି ୨୦୧୩ ମସିହା ଯାଏଁ ପୁରୀ ସେଟେଲମେଂଟ ଅଫିସରେ କପି ରାଇଟର ଭାବେ କାମଂ କରୁଥିବା ଫକୀର ୫ଟି ପ୍ଲଟ ଓ ପୁରୀରେ ଫ୍ଲାଟ କିଣିଥିଲେ । ଆଉ ମାତ୍ର ୪ ବର୍ଷ ଭିତରେ ପ୍ରେମାସନ ପାଇ ଭୁବନେଶ୍ୱର ଆସିବା ପରେ, ଏକ ଡୁପ୍ଲେକ୍ସ ସହ ୧୨ଟି ପ୍ଲଟ ହାତେଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।