ଭିଜିଲାନ୍ସ ପଞ୍ଝାରେ ପୂର୍ବତନ ବିଧାୟକ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଅନାମ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ପୂର୍ବରୁ ମଧ୍ୟ ଅନାମଙ୍କ ନାଁରେ ରହିଛି ଦୁର୍ନୀତି ଅଭିଯୋଗ

432

କନକ ବ୍ୟୁରୋ: ଅଡୁଆରେ ପୂର୍ବତନ ବିଧାୟକ । କଳାହାଣ୍ଡି ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଅନାମଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଭବାନୀପାଟଣାସ୍ଥିତ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ତେବେ ଚଢ଼ାଉ ନେଇ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି ।

ଅନ୍ୟପଟେ ପୂର୍ବତନ ବିଧାୟକଙ୍କ ଘରେ ଅଚାନକ୍ ଭିଜିଲାନ୍ସ ରେଡ୍ କରିବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କାରଣ ଅନାମ ନାୟକଙ୍କ ନାଁରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଆସିଛି । ଏପରିକି ୨୦୧୬ରେ ଯେତେବେଳେ ଅନାମ ନାୟକ ବିଧାୟକ ଥିଲେ ସେତେବେଳେ ଶିଳ୍ପ ପ୍ରତିଷ୍ଠା ପାଇଁ ଲାଞ୍ଚ ମାଗୁଥିବା ଘଟଣାର ପର୍ଦ୍ଦାଫାସ କରିଥିଲା କନକ ନ୍ୟୁଜ୍ । ଅପରେସନ୍ ବ୍ଲାକ୍ ସ୍ପଟ୍ । କନକ ନ୍ୟୁଜରେ ଏହି ଖବର ପ୍ରସାରଣ ହେବା ପରେ ଭିଜିଲାନ୍ସ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା ।

ବର୍ତ୍ତମାନ ପୁଣି ଭିଜିଲାନ୍ସ ଜାଲରେ ଆଉ ଏକ ବିବାଦରେ ଫସି ଯାଇଛନ୍ତି ଅନାମ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବିବାଦୀୟ ପୂର୍ବତନ ବିଧାୟକ । ତେବେ ଭିଜିଲାନ୍ସକୁ ଅନାମଙ୍କ ଘରୁ କ’ଣ ଏବଂ କେତେ ପରିମାଣରେ ସମ୍ପତିର ପରଦା ଉଠାଇବା ଏବେ ତାହା ଉପରେ ନଜର ରହିଛି ।