ଆୟବହିର୍ଭୂତ ସମ୍ପତି ଠାବ ପାଇଁ ଭିଜିଲାନ୍ସର ଛାନଭିନ୍ : ଢେଙ୍କାନାଳ ଅବକାରୀ ଅଧିକ୍ଷକ ପ୍ରସନ୍ନ କୁମାର ମହାନ୍ତିଙ୍କ ବାସଭବନରେ ଚଢାଉ

47

କନକ ବ୍ୟୁରୋ : ଆୟବହିର୍ଭୂତ ସମ୍ପତି ଠାବ କରିବା ପାଇଁ ଛାନଭିନ୍ ଜାରି ରଖିଛି ଭିଜିଲାନ୍ସ । ବେଆଇନ୍ ସମ୍ପତି ଠୁଳ ରଖିଥିବା ସରକାରୀ ବାବୁଙ୍କ ଘରେ ପ୍ରତିଦିନ ଛାପା ମାରୁଛନ୍ତି ଭିଜିଲାନ୍ସ ବିଭାଗର ତଦନ୍ତକାରୀ ଅଧିକାରୀ । ଆଜି ଭିଜିଲାନ୍ସ ହାବୁଡରେ ପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଂଟେ । ପ୍ରସନ୍ନ କୁମାର ମହାନ୍ତିଙ୍କ ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।

ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଯୋରନ୍ଦା ଥାନା କାବେରା ଗାଁରେ ଥିବା ପୈତୃକ ଘର ଏବଂ ଅଫିସରେ ଛାନଭିନ୍ ଜାରି ରହିଛି । ଏହାସହ କଟକ ଏବଂ ଭୁବନେଶ୍ୱରରେ ଥିବା ଘରେ ଚଢାଉ ହୋଇଛି । ଚଢାଉ ବେଳେ ଭିଜିଲାନ୍ସକୁ କୈାଣସି ସମ୍ପତି ମିଳି ନଥିବା ଜଣାପଡ଼ିଛି ।