ଭିଜିଲାନ୍ସ ଜାଲରେ ଇଂଜିନିୟରିଂ ସ୍କୁଲ କିରାଣୀ : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ

25

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ଇଂଜିନିୟରିଂ ସ୍କୁଲ କିରାଣୀ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ବ୍ରହ୍ମପୁର ଗୁମାଚରଣ ଇଂଜିନିୟରିଂ ସ୍କୁଲ କିରାଣୀ ଧିରେନ ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ତାଙ୍କ ଘର ଓ କାର୍ଯ୍ୟାଳୟ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଜାରି ରହିଛି । ତାଙ୍କ ପତ୍ନୀଙ୍କ ନାଁରେ ଥିବା ଗାଡି ସୋରୁମ ଉପରେ ମଧ୍ୟ ଭିଜିଲାନ୍ସ ରେଡ୍ କରିଛି ।