ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ : ଅଜିତ ସାବତଙ୍କ ବାସଭବନ ସମେତ ୬ ଟି ସ୍ଥାନରେ ରେଡ୍

60

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ତନାଘନା । ଏଥିର ଭିଜିଲାନ୍ସ ହାବୁଡରେ ପଡିଛନ୍ତି ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀ ଅଜିତ ସାବତଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି । ତାଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ଏକକାଳିନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।

ସହକାରୀ ଯନ୍ତ୍ରୀ ଅଜିତ ସାବତଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ। ସାବତଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ସୂଚନା ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –