ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲ ଅମିନ ! ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଫକୀର ମୋହନ ଜେନାଙ୍କ ବାସଭବନ ସମେତ ୪ଟି ଜାଗାରେ ରେଡ୍

30

କନକ ବ୍ୟୁରୋ: କୋଟିପତି ଅମିନଙ୍କ ଘରେ ଭିଜିଲାନ୍ସର ରେଡ୍ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବାଲିଅନ୍ତା ତହସିଲର ଅମିନ ଫକୀର ମୋହନ ଜେନାଙ୍କ ଘରେ ଭିଜିଲାନ୍ସର ଚଢାଉ କରିଛି । ୪ଟି ଜାଗାରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ।

ତେବେ ପୁରୀ, ବ୍ରହ୍ମଗିରି, ଭୁବନେଶ୍ୱର ବାସଭବନ ସମେତ ବାଲିଅନ୍ତା ତହସିଲରେ ଭିଜିଲାନ୍ସ ଚଢାଉ କରୁଛି । ଅମିନଙ୍କ ଫକୀର ମୋହନ ଜେନାଙ୍କ ୧୮ଟି ପ୍ଲଟ ଥିବା ସୂଚନା ମିଳିଛି ।