ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ପୂର୍ତବିଭାଗ ସହକାରୀ ଯନ୍ତ୍ରୀ ସଂଜୀବ ରାଓ ପୃଷ୍ଟି

45

ବ୍ରହ୍ମପୁର ବ୍ୟୁରୋ ,କନକ ନ୍ୟୁଜ୍ : ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଛାନଭିନ୍ । ପ୍ରତିଦିନ କିଏ ନାଁ କିଏ ଭିଜିଲାନ୍ସ ଜାଲରେ ପଡୁଛନ୍ତି । ଏହିକ୍ରମରେ ଆଜି ବ୍ରହ୍ମପୁର ପୂର୍ତବିଭାଗ ସହକାରୀ ଯନ୍ତ୍ରୀ ସଂଜୀବ ରାଓ ପୃଷ୍ଟିଙ୍କ ପାଳି ପଡିଛି । ଆୟବର୍ହିଭୁତ ଠୁଳ ଅଭିଯୋଗରେ ସଂଜୀବଙ୍କ ବାସଭବନ ସମେତ ଏକକାଳିନ ୪ଟି ସ୍ଥାନରେ ଛାପ ମାରିଛି ଭିଜିଲାନ୍ସ । ବ୍ରହ୍ମପୁର ପ୍ରତାପନଗର ନିଜ ବାସଭବନ,ଭଂଜନଗର ବଡକୋଦଣ୍ଡାରେ ଥିବା ପୈତୃକ ଘର, ଭୁବନେଶ୍ୱର ଡୁମୁଡୁମାସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ଛତ୍ରପୁର କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ ।