ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜେଲର ସାହରୁଦ୍ଧିନ ଅହମ୍ମଦ : ଏକକାଳୀନ ୫ଟି ସ୍ଥାନରେ ରେଡ୍

21

କନକ ବ୍ୟୁରୋ : ସୁନ୍ଦରଗଡ ଜେଲରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଜେଲର ସୟଦ୍ ସାହରୁଦ୍ଧିନ ଅହମ୍ମଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବର୍ହିଭୂତ ସମ୍ପତି ଠୂଳ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ । ସୟଦଙ୍କ ବାସଭବନଙ୍କ ସମେତ , ସୁନ୍ଦରଗଡ ଜେଲ୍ ଗେଷ୍ଟ ହାଉସ ଭୁବନେଶ୍ୱରସ୍ଥିତ ଘର ,ପୈତୃକ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉ ସମୟରେ ପୁଲିସ ବହୁ ମୂଲ୍ୟର ସୁନା ଅଳଙ୍କାର ଓ କାଗଜପତ୍ର ଜବତ କରିଛି । ସୟଦ୍ ପୂର୍ବରୁ ନବରଙ୍ଗପୁରର ଜେଲର ଥିଲେ ।