ଗ୍ୟାସ ଓ ତେଲ କଳାବଜାରୀ ନେଇ ଭିଜିଲାନ୍ସର ଛାନଭିନ୍ : ୭ ଜିଲ୍ଲାରେ ଏକକାଳୀନ ଚଢାଉ

37

କନକ ବ୍ୟୁରୋ : ଗ୍ୟାସ ଓ ତେଲ କଳାବଜାରୀ ନେଇ ଛାନଭିନ୍ ଆରମ୍ଭ କରିଛି ଭିଜିଲାନ୍ସ । ରାଜ୍ୟର ଏକକାଳୀନ ୭ ଜିଲ୍ଲାରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସମେତ କଟକ, ଖୋର୍ଦ୍ଧା, ଅନୁଗୁଳ, ପୁରୀ, ଯାଜପୁର ଓ ଗଂଜାମରେ ଛାପା ମାରିଛି ଭିଜିଲାନ୍ସ ।

ହିତାଧିକାରୀଙ୍କ ନାଁରେ ଗ୍ୟାସ କଳାବଜାରୀ ହେଉଥିବା ନେଇ ଅଭିଯୋଗ ହେବା ପରେ ୮ଟି ସ୍ଥାନରେ ଚଢାଉ କରିଛନ୍ତି ଭିଜିଲାନ୍ସର ଅଧିକାରୀ । ଏନେଇ ଭିଜିଲାନ୍ସ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଭୁବନେଶ୍ୱରର ଧର୍ମ ବିହାର ଗ୍ୟାସ ଏଜେନସି, ଗଂଜାମ ଜିଲ୍ଲାର ଛତ୍ରପୁର ଓ ବ୍ରହ୍ମପୁରରେ ଚଢାଉ ଜାରି ରହିଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :