ନୂଆପଡା : ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଖଡିଆଳ ତହସିଲଦାର ଇନଚାର୍ଜଙ୍କ ଘରେ ଭିଜିଲାନ୍ସ ଚଢାଉ

50

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ତହସିଲଦାର । ନୂଆପଡା ଖଡିଆଳ ତହସିଲଦାର ଇନଚାର୍ଜଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଖଡିଆଳ ତହସିଲଦାର ଦାୟିତ୍ୱରେ ଥିବା ସଦାଶିବ ନାୟକଙ୍କ ଅଫିସ ଓ ଘରେ ଚଢାଉ କରିଛି ଭିଜିଲାନ୍ସ ।

ଜୟପୁର ଓ ଭବାନୀପାଟଣା ଡିଭିଜନର ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢାଉ କରାଯାଇଛି । ୩ଟି ଟିମରେ ବିଭକ୍ତ ହୋଇ ତହସିଲଦାର ଇନଚାର୍ଜ ସଦାଶିବ ନାୟକଙ୍କ ଅଫିସ, ସରକାରୀ ବାସଗୃହ ଓ ନୂଆପଡାସ୍ଥିତ ତାଙ୍କ ନିଜ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ ।

ଏହି ଚଢାଉରେ ଘର, ୩୫ ଲକ୍ଷ ଟଙ୍କା, ଗୋଟିଏ ଇଣ୍ଡିକା କାର, ୨ଟି ହିରୋ ବାଇକ୍, ବ୍ୟାଙ୍କରେ ଏକ ଲକର ସମେତ ବହୁ କାଗଜପତ୍ର ଜବତ ହୋଇଛି । ଏହି ବ୍ୟାଙ୍କ ଆକାଉଂଟ୍ ସଂପର୍କରେ ତଦନ୍ତ କରାଯିବ । ସମସ୍ତ ତଦନ୍ତ ଶେଷ ପରେ କେତେ ସଂପତି ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଭବାନୀପାଟଣା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ।