ଭିଜିଲାନ୍ସ ଜାଲରେ ପୁଲିସ କର୍ମଚାରୀ : ହାବିଲଦାର ବିକ୍ରମ ମଲିକଙ୍କ ଘରେ ଭିଜିଲାନ୍ସ ରେଡ୍

47

ଝାରସୁଗୁଡା : ଭିଜିଲାନ୍ସ ଜାଲରେ ପୁଲିସ କର୍ମଚାରୀ । ଝାରସୁଗୁଡା ରିଜର୍ଭ ପୁଲିସ ହାବିଲଦାର ବିକ୍ରମ ମଲିକଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭୋରରୁ ଭିଜିଲାନ୍ସ ଚଡାଉ କରିଛି । ମିଳିଥିବା ସୂଚନା ଅନୁସାରେ ଦେବାଡିହି ସମେତ ନିଜ ପୈତୃକ ଘର ଏବଂ ସମ୍ବଲପୁର ଠାରେ ଏକକାଳୀନ ଚଢାଉ କରାଯାଇଛି । ଏହି ଚଢାଉରେ ସୁନ୍ଦରଗଡ ଓ ଝାରସୁଗୁଡା ଭିଜିଲାନ୍ସର ଟିମ ମିଳିତ ଭାବେ ରେଡ କରିଛି । ଗତ ଦୁଇମାସ ତଳେ ଗଂଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ ହୋଇ ଝାରସୁଗୁଡା ସବଜେଲରେ ଅଛନ୍ତି ବିକ୍ରମ ।