ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଅବକାରୀ ନୀରିକ୍ଷକ ଲଲିତ ମୋହନ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

70

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡିଛନ୍ତି ଗୁଣପୁରର କୋଟି ପତି ଅବକାରୀ ନୀରିକ୍ଷକ ଲଲିତ ମୋହନ ମିଶ୍ର । ଆଜି ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନେତୃତ୍ୱରେ ତାଙ୍କ ବଲାଗିଂର, ବରଗଡ ଓ ରାୟଗଡାରେ ଘରେ ଭିଜିଲାନ୍ସ ଚଢାଉ କରିଛି । ବଲାଂଗିରର ଦୁଇଟି ସ୍ଥାନ ଓ ରାୟଗଡା ଗୁଣପୁର ଅବକାରୀ କାର୍ଯ୍ୟାଳୟରେ ଚଢଉ ଜାରି ରହିଛି । ଆଜି ସକାଲୁ ୬ଟାରୁ ଏହି ଚଢଉ ଜାରି ରହିଥିବା ବେଲେ ବଲାଂଗିର ଆଦର୍ଶପଡା ସ୍ଥିତ ତାଙ୍କ ବାସଭବନ ଓ ବଲାଂଗିର ପାଟଣାଗଡ ପଥର୍ଲାରେ ତାଙ୍କ ଶ୍ୱଶୁର ଘରେ ଏହି ଟିମ ଚଢଉ ଜାରି ରଖିଛି ।

ଅବକାରୀ ନିରିକ୍ଷକଙ୍କ ଲଲିତ ମୋହନ ମିଶ୍ରଙ୍କ ନାଁରେ ମୋଟ ୫ଟି ପ୍ଲଟ ଥିବା ଭିଜିଲାନ୍ସକୁ ସୂଚନା ମିଳିଛି । ସେହିପରି ଘରୁ ନଗଦ ୨୫ଲକ୍ଷ ଟଙ୍କା, ବିଭିନ୍ନ ବ୍ୟାଙ୍କରେ ଜମା ୧୫ଲକ୍ଷ ଟଙ୍କା ଓ ବିପୁଳ ସୁନା ଗହଣା ଜବତ କରିଛି ଭିଜିଲାନ୍ସ । ତେବେ ଏହି ଅବକାରୀ ନିରିକ୍ଷକ ୨୦ ବର୍ଷରୁ ଚାକିରି କରୁଥିବା ବେଲେ ତାଙ୍କ ନାଁରେ ଅନେକ ମାମଲା ରହିଥିଲା । ଏବଂ କୋର୍ଟଙ୍କ ନିର୍ଦ୍ଦେଷ କ୍ରମେ ଆଜି ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ କରା ଯାଉଥିବାର ସମ୍ବଲପୁର ଡିଭିଜନ ଭିଜିଲାନ୍ସ ଏସପି କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –