ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସହକାରୀ ଯନ୍ତ୍ରୀ

39

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସହକାରୀ ଯନ୍ତ୍ରୀ । ସଦର ବ୍ଲକ ସହକାରୀ ଯନ୍ତ୍ରୀ ଶଙ୍କର୍ଷଣ ଖୁଂଟିଆଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିିଛି । ବାସଭବନ,ଅଫିସ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଛି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି । ଢେଙ୍କାନାଳ. ଅନୁଗୁଳ ଏବଂ କଟକ ଜିଲ୍ଲାର ୩ଟି ଭିଜିଲାନସ ଟିମ ଏକ ସଙ୍ଗେ ଚଢାଉ ଜାରି ରଖିଛି । ସହକାରୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା । ଆଜି ତାଙ୍କ କାମାକ୍ଷାନଗର ବ୍ଲକର କଙ୍ଗେଇଲୋ ପୈତୃକ ବାସଭବନ, ଗଂଦିଆ ବ୍ଲକ ଯାମସରା ଶ୍ୱଶୁର ଘରେ ଚଢାଉ ହୋଇଛି । ତାଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଂଟକୁ ମଧ୍ୟ ସିଜ କରାଯାଇଛି । ସହକାରୀ ଯନ୍ତ୍ରୀ ତାଙ୍କ ପରିବାର ସହିତ ଶିରିଡି ସାଇବାବାଙ୍କ ଦର୍ଶନ କରିବାକୁ ଯାଇଥିବାବେଳେ ଏହି ଚଢାଉ ହୋଇଛି ।