କାନ୍ଥ ଭିତରେ କଳାଧନ

29

ବଲାଙ୍ଗୀର : କୋଟିପତି ଫରେଷ୍ଟର । ଏମିତି ଏକ ସରକାରୀ ବାବୁଙ୍କ କୁବେର ସମ୍ପତି ଉପରେ ରେଡ୍ କରିଛି ଭିଜିଲାନ୍ସ । ଜବତ କରିଛି ଦେଢକୋଟିରୁ ଅଧିକ ଟଙ୍କାର ଆୟବହିର୍ଭୁତ ସମ୍ପତି । ତେବେ ଫରେଷ୍ଟର ବାବୁ ଜଣକ ତାଙ୍କ ଟଙ୍କା, ସୁନା କେଉଁଠାରେ ଲୁଚାଇ ରଖିଥିଲେ ଜାଣିଲେ ଆଶ୍ଚଯ୍ୟ ଲାଗିବ । କାନ୍ଥ ମଧ୍ୟରେ ସୁନା ଲୁଚାଇ ରଖିଥିଲେ ଏହି କୋଟିପତି ଫରେଷ୍ଟର । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ । ଆଉ ଏହି ସରକାରୀ ବାବୁ ଜଣକ ହେଉଛନ୍ତି ଫରେଷ୍ଟର ଅକ୍ଷୟ କୁମାର ଜେନା । ମଙ୍ଗଳବାର ଭିଜିଲାନ୍ସ ହାତରେ ଲାଗିଛି କୋଟିପତି ଫରେଷ୍ଟରଙ୍କ ଅମାପ ସମ୍ପତିର ଭଣ୍ଡାର । ବିଡା ବିଡା ଟଙ୍କା ଆଉ ୨୦୦ ଗ୍ରାମରୁ ଅଧିକ ସୁନା । ଯାହାକୁ ଫରେଷ୍ଟର ବାବୁ ଜଣକ ଲୁଚାଇ ରଖିଥିଲେ ଘର କାନ୍ଥରେ । ତେବେ ଭିଜିଲାନ୍ସ ଅଧିକାରୀଙ୍କୁ ମିଳିଯାଇଥିଲା ସୁରାକ୍ । ଆଉ କାନ୍ଥ ଖୋଳି ବାହାର କରିଥିଲେ ଲୁଚାଇ ରଖିଥିବା ସୁନା ଅଳଙ୍କାରକୁ ।

ଫରେଷ୍ଟରଙ୍କ ବଲାଙ୍ଗୀର ଘରେ ରେଡ୍ ବେଳେ ହାତରେ ଲାଗିଛି ଦେଢକୋଟିରୁ ଅଧିକ ଟଙ୍କାର ଆୟବହିର୍ଭୁତ ସମ୍ପତି । ଯେଉଁଥିରେ ରହିଛି ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ଓ ୨୦ ଭରି ସୁନା । ଅକ୍ଷୟ ରହୁଥିବା ଘରର ମୂଲ୍ୟ ବି ୬୦ ଲକ୍ଷରୁ ଅଧିକ ହେବ । ଖାଲି ସେତିକି ନୁହେଁ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ରହିଛି ୧୦ ରୁ ଅଧିକ ପ୍ଲଟ୍ ।