ଶିଳ୍ପ ପାଇଁ ୪ ବିଜେଡି ବିଧାୟକ ଲାଂଚ ମାଗିବା ଘଟଣା : ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶିଳ୍ପ ପାଇଁ ସହାୟତା କରିବାକୁ ବିଧାୟକଙ୍କ ଟଂକା ମାଗିବା ଘଟଣାର ତଦନ୍ତ କରିବ ଭିଜିଲାନ୍ସ । ଆଜି ଏହି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି କନକ ନ୍ୟୁଜରେ ୪ ଜଣ ବିଜେଡି ବିଧାୟକ ଶିଳ୍ପ ପାଇଁ ଏନଓସି ଦେବାକୁ କୋଟି କୋଟି ଟଂକା ମାଗୁଥିଲେ ।

କନକ ନ୍ୟୁଜରେ ପ୍ରକାଶିତ ଅପରେସନ୍ ବ୍ଲାକସ୍ପଟରେ ୪ ଜଣ ବିଧାୟକ ଲାଂଚ ମାଗିବା ଘଟଣାରେ ଭିଜିଲାନ୍ସ ତଦନ୍ତ ହେବ । ଟଙ୍କା ମୁଲଚାଲର ଦୃଶ୍ୟ କଏଦ୍ ହେବା ପରେ ସାରା ରାଜ୍ୟରେ ଏ ନେଇ ପ୍ରତିକ୍ରିୟା ଦେଖାଦେଇଥିଲା । ଏହାପରେ ଆଜି ସଧ୍ୟାରେ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେଉଁ ପରିସ୍ଥିତିରେ ଓ କାହିଁକି ଲାଂଚ ମଗାଯାଇଥିଲା ସେ ନେଇ ତଦନ୍ତ କରିବ ଭିଜିଲାନ୍ସ।

ଗତକାଲି କନକ ନ୍ୟୁଜରେ ଏହି ଭିଡିଓ ପ୍ରସାରିତ ହୋଇଥିଲା । ଯେଉଁଥିରେ ୪ ଜଣ ବିଧାୟକ ଟଙ୍କା ମାଗୁଥିବାର ଦୃଶ୍ୟ ରେକର୍ଡ ହୋଇଥିଲା । ତୃତୀୟ ପକ୍ଷର ଏହି ଭିଡିଓକୁ ପ୍ରସାରଣ କରିଥିଲା କନକ ନ୍ୟୁଜ। ଏହି ଭିଡିଓରେ କିଛି ବ୍ୟକ୍ତି ଶିଳ୍ପପତି ସାଜି ସ୍ଥାନୀୟ ବିଧାୟକଙ୍କ ସହ ତାଙ୍କ ଅଂଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଏନ୍ଓସି ରେ ସହାୟତା କରିବାକୁ ଅନୁରୋଧ କରିଥିଲେ। ଆଉ ଏହି ସହାୟତା ପାଇଁ ଟଙ୍କାର ମୁଲଚାଲ୍ ହୋଇଥିଲା।

ହିନ୍ଦୋଳ ବିଧାୟିକା ସୀମାରାଣି ନାୟକ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, କରଂଜିଆ ବିଧାୟକ ବିଜୟ ନାୟକ, ଓ ଭବାନୀପାଟଣା ବିଧାୟକ ଅନାମ ନାୟକ ଏଥିରେ ଧରାପଡିଛନ୍ତି। ସବୁଠାରୁ ବଡ କଥା ହେଉଛି ଟଙ୍କା ମୁଲଚାଲ କରୁଥିବା ନେଇ ସେମାନେ ସ୍ୱୀକାର ମଧ୍ୟ କରିଛନ୍ତି।

ଏହା ସହ ଧଳା କୁର୍ତାରେ କଳା ଛିଟା : କୋଟି କୋଟିର ଡିଲ୍ ବେଳେ ଧରାପଡିଲେ ଶାସକ ଦଳର ୪ ବିଧାୟକ