ଆଇଏଏସ ପାର୍ଥସାରଥି ମିଶ୍ରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ ପୁଲିସ

28

କନକ ବ୍ୟୁରୋ : ଆଜିଠୁ ରିମାଣ୍ଡରେ ଯିବେ ଆଇଏଏସ ପାର୍ଥସାରଥି ମିଶ୍ର । ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । ପାର୍ଥସାରଥିଙ୍କୁ ୫ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ଭିଜିଲାନ୍ସ ପୁଲିସ । ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ପାର୍ଥସାରଥିଙ୍କ ଘରେ ରେଡ୍ ପରେ ତାଜୁବ୍ ହୋଇଯାଇଥିଲା ଭିଜିଲାନ୍ସ । ଭୁବନେଶ୍ୱର, ପୁରୀ ଓ କଟକରେ ବଙ୍ଗଳା ସହ ପ୍ରାୟ ୫ ଶହ କୋଟିର ଆୟବର୍ହିଭୂତ ସମ୍ପତିର ହିସାବ ପାଇଥିଲା ଭିଜିଲାନ୍ସ  ।