ଭିଜିଲାନ୍ସ ଜାଲରେ ବାଲୁଗାଁ ଏଏସଆଇ ! ଲାଂଚ ନେଉଥିବା ବେଳେ ଗିରଫ କଲା ପୁଲିସ

63

କନକ ବ୍ୟୁରୋ : ଭିଜିଲାନ୍ସ ହାତରେ ଧରାପଡିଲେ ବାଲୁଗାଁ ଏଏସଆଇ । ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି । ଗତ ୨୮ ତାରିଖରେ ଟାଙ୍ଗୀ ଅଂଚଳର ଅନୀଲ କୁମାର ବେହେରା ତାଙ୍କ ସାଂଗଙ୍କ ସହ ବାଲୁଗାଁ ଆସୁଥିଲେ । କୁମ୍ଭୀରପଡା ନିକଟରେ ବାଇକ ଆଗକୁ କୁକୁର ପଶିବାରୁ ସେ ଦୁର୍ଘଟଣାଗସ୍ତ ହୋଇଥିଲେ ।

ଏହା ପରେ ଅନୀଲ ବାଲୁ ଗାଁ ଥାନାକୁ ଆସି ଏଏସଆଇ ପ୍ରମୋଦ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ ସେ ସମସ୍ତ କାମ କରିବାକୁ ୧୦ ହଜାର ଟଙ୍କା ଦାବି କରିଥିଲେ । ଅନୀଲ ଅର୍ଥ ଅଭାବରୁ ନିରାଶ ହୋଇ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ଏନେଇ ଅଭିଯୋଗ କରିଥିଲେ ।ଏହା ପରେ ପୂର୍ବଯୋଜନ ଅନୁଯାୟୀ ଏଏସଆଇ ପ୍ରମୋଦ କୁମାର କୁମାର ପଟ୍ଟନାୟକ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।