କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଗତସିଂହପୁରର ବାଲିକୁଦା ତହସିଲ ଅଫିସର କିରାଣି । ୧୦ ହଜାର ଟଙ୍କା ପିଅନ ଘନଶ୍ୟାମ ଦାସଙ୍କ ଜରିଆରେ ଲାଂଚ ନେଉଥିଲା ବେଳେ ଜଗତସିଂହପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଉଭୟଙ୍କୁ ଗିରଫ କରାଯାଇଛି ।

ଥାନାବାଡି ଗାଁର ରବିନ୍ଦ୍ରନାଥ ରାଉତରାୟଙ୍କୁ କିରାଣି ମନୋରଂଜନ ଦାସ ୩୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଏହାପରେ ରବିନ୍ଦ୍ରନାଥ ରାଉତରାୟ ଜଗତସିଂହପୁର ଭିଜିଲାନ୍ସର ସହାୟତା ନେଇଥିଲେ ।