ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ନାଉଚି ଥାନା ଏଏସଆଇ ! ୧୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଗିରଫ

44

କନକ ବ୍ୟୁରୋ: କେନ୍ଦ୍ରାପଡା ନାଉଚି ଥାନା ଏଏସଆଇ ଭିଜିଲାନ୍ସ ଜାଲରେ । ୧୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଏଏସଆଇ ହାଡିବନ୍ଧୁ ଦଳେଇଙ୍କୁ ଭିଜିଲାନ୍ସ ଗିରଫ କରିଛି । ହାଇକୋର୍ଟରୁ ଜାମିନ ପାଇଥିବା ଜଣେ ଅଭିଯୁକ୍ତଙ୍କ ଜାମିନକୁ କାର୍ଯ୍ୟକାରୀ କରିବାକୁ ହାଡିବନ୍ଧୁ ୨୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଏହି ଲାଂଚ ମାଗିବା ନେଇ ଭିଜିଲାନ୍ସ ପାଖରେ ଖବର ପହଂଚିଥିଲା । ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଚଢାଉ କରି ପୋଲିସି ବାବୁଙ୍କୁ ଗିରଫ କରିଥିଲା ।