ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ ! ବିଧବା ମହିଳାଙ୍କଠାରୁ ୧ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଗିରଫ

103

କନକ ବ୍ୟୁରୋ: ଲାଂଚ ନେଇ ଗିରଫ ହେଲେ କନିଷ୍ଠ କିରାଣୀ । ଅନୁଗୁଳ ଜିଲ୍ଲା ଟ୍ରେଜେରୀର କନିଷ୍ଠ କିରାଣୀ ଦୁଷ୍ମନ୍ତ ନାଏକ ଲାଂଚ ନେଉଥିବା ବେଳେ ଗିରଫ ହୋଇଛନ୍ତି । ବିଧବା ମହିଳାଙ୍କ ପେନସନର ଏରିଅର ଦେବା ପାଇଁ ଦୁଷ୍ମନ୍ତ ଲାଂଚ ମାଗିଥିଲେ ।

ତେବେ ଲାଂଚ ନେଉଥିବା ବେଳେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ତାଙ୍କ ଧରିଛି । କାମ କରିବା ଦେବା ପାଇଁ ଦୁଷ୍ମନ୍ତ ୧ ହଜାର ଟଙ୍କା ଲାଂଚ ମାଗିଥିଲେ । ପୂର୍ବରୁ ପେନସନର ଏରିଅର ଟଙ୍କା ପାଇବା ପାଇଁ ବଲାସିଙ୍ଗାର ମହିଳା ଜଣକ ବାରମ୍ବାର ଟ୍ରେଜରୀ ଦୌଡିଥିଲେ ।