ସୋଶିଆଲ ମିଡିଆରେ ଭାଇରାଲ ହେଲା ପୁରୁଣା ଟିଭି ସେଟ୍ ରେ ତିଆରି ଘରର ଫଟୋ । କିଛିି କଲେ ପ୍ରଂଶସା ତ କିଛିି କହୁଛନ୍ତି ମାରାତ୍ମକ

39

ଆପଣ ଏପର୍ଯ୍ୟନ୍ତ ଘର ଓ ବିଲ୍ଡିଙ୍ଗ କାନ୍ଥ ସବୁବେଳେ ଇଟା ଓ ପଥରରେ ନିର୍ମିତ ହେଉଥିବା ଦେଖିଥିବେ । କିନ୍ତୁ ଆଜିକାଲି ସୋଶିଆଲ ମିଡିଆରେ ଭିଏତନାମର ଏକ ଘରର ଫଟୋ ଚର୍ଚ୍ଚାର ବିଷୟ ପାଲଟିଛି । ଭିଏତନାମର ହୋନ୍ ଥାମ୍ ନାମକ ଦ୍ୱୀପରେ ଏମିତି ଏକ ଘର ଅଛି ଯାହାର କାନ୍ଥ, ସେ ପାଖ ଦେଇ ଯାଉଥିବା ବାଟୋଇଙ୍କ ଧ୍ୟାନ ଆକର୍ଷଣ କରେ । କାହିଁକିନା ଏହି ଘରର କାନ୍ଥ ପୁରୁଣା ଟିଭି ସେଟ୍ ରେ ନିର୍ମିତ ହୋଇଛି ।

ସେହି ଦ୍ୱୀପରେ ଜଣେ ଟିଭି ମରାମତି କରୁଥିବା ବ୍ୟକ୍ତି ବସବାସ କରନ୍ତି । ବୋଧେ କୈାଣସି କାମ ପାଇଁ ଏହି ଟିଭି ସେଟ୍ ଗୁଡିକୁ ଜମା କରି ରଖିଥିଲେ । କିନ୍ତୁ ଯେତେବେଳେ ପ୍ରବଳ ପବନ ଦ୍ୱାରା ମଧ୍ୟ ଟିଭି ସେଟ୍ ଗୁଡିକୁ କୈାଣସି କ୍ଷତି ପହଂଚିଲାନି, ସେଇଠି ରହୁଥିବା ଏକ ଘରର ମାଲିକ ଏହି ପୁରୁଣା ଟିଭି ସେଟ୍ ରେ ଘରର କାନ୍ଥ ନିର୍ମାଣ କରିବାର ନିଷ୍ପତ୍ତି ନେଲେ । ନିକଟରେ ଥାନ୍ ଟିଏନ୍ ନାମକ ଏକ ଫେସବୁକ୍ ୟୁଜର ନିଜ ପରିବାର ସହ ହୋନ୍ ଥାମ୍ ଦ୍ୱୀପ ବୁଲିବାକୁୂ ଯାଇଥିବା ବେଳେ ଏହି ବିଚିତ୍ର ଘରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଘରର ଫଟୋ ଉଠାଇ ଫେସବୁକ୍ ରେ ପୋଷ୍ଟ କରିବାକୁ ନିଜକୁ ରୋକିପାରିଲେନି । ଦୁନିଆରେ ଯେଉଁଠି କିଛି ଲୋକ ଘରର ମାଲିକଙ୍କ ନୂଆ ବିଚାର ପାଇଁ ପ୍ରଶଂସା କରୁଛନ୍ତି, ସେଇଠି କିଛି ଲୋକ ଏହି ପ୍ରକାରରେ ନିର୍ମିତ କାନ୍ଥ ଛୋଟ ପିଲା ଓ ପରିବେଶ ଉଭୟଙ୍କ ପାଇଁ ମାରାତ୍ମକ ବୋଲି କହୁଛନ୍ତି । ଯଦି କୈାଣସି ଶିଶୁ ସେହି କ୍ୟାଥୋଡ କିରଣ ଟ୍ୟୁବ ମଧ୍ୟରୁ ଗୋଟିଏକୁ ବନ୍ଦ କରିବା ଓ ଭାଙ୍ଗିବାର ଚେଷ୍ଟା କରନ୍ତି, ତେବେ ଗମ୍ଭୀର ଭାବେ ଆହତ ହୋଇପାରନ୍ତି । ଏହା ସହିତ ଏହି ପୁରୁଣା ଟିଭି ସେଟ୍ ରେ ଥିବା ବିଷାକ୍ତତ୍ତତତ୍ୱ, ଯେମିତିକି ପାରା ଓ ଲେଡ୍ ବର୍ଷାରେ ପାଣି ସହିତ ମିଶି ସବୁଦିନ ପାଇଁ ମାଟିରେ ମିଶିଯାଇପାରେ ।