ମୋଷ୍ଟ୍ ୱାଂଟେଡ୍ କ୍ରିମିନାଲ୍ ବିଦ୍ୟା ବଲାନ୍ ! ଆସିଲା ଫିଲ୍ମ ‘କାହାନୀ-୨’ର ପୋଷ୍ଟର୍

68

ଆଉଟ୍ ହୋଇଛି ବିଦ୍ୟା ବଲାନଙ୍କ ଆଗାମୀ ମୁଭି ‘କାହାନୀ-୨’ର ପୋଷ୍ଟର । ପୋଷ୍ଟରରେ ବିଦ୍ୟା ବଲାନଙ୍କୁ ଜଣେ ମୋଷ୍ଟ୍ ୱାଂଟେଡ୍ କ୍ରିମିନାଲ୍ ହିସାବରେ ଦର୍ଶାଯାଇଛି । ଆଉ ତାଙ୍କ ଉପରେ ମର୍ଡର୍ ଓ କିଡନାପ୍ ଭଳି ମାମଲା ରହିଛି । ଯାହାକୁ ନେଇ ଫିଲ୍ମର କାହାଣୀ ଉପରେ ସସପେନ୍ସ ଜାରି ହୋଇଛି ।

ପୋଷ୍ଟର୍ ଅନୁଯାୟୀ ଫିଲ୍ମରେ ବିଦ୍ୟା ବଲାନ୍ ୩୬ ବର୍ଷିୟ ଦୁର୍ଗା ରାଣୀ ସିଂହ ନାମକ ଜଣେ ମହିଳାର ଅଭିନୟ କରିଛନ୍ତି । ଫିଲ୍ମରେ ବିଦ୍ୟାଙ୍କ ବ୍ୟତୀତ ଅଛନ୍ତି ଅର୍ଜୁନ୍ ରାମପାଲ୍ । ‘କାହାନୀ – ୨’  ହେଉଛି ୨୦୧୨ରେ ଆସିଥିବା ମୁଭି ‘କାହାନୀ’ର ସିକ୍ୱେଲ୍  ।