କାଷ୍ଟିଂ କାଉଚକୁ ନେଇ ମୁହଁ ଖୋଲିଲେ ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲାନ୍ ! ବାଂଟିଲେ ନିଜର ଅନୁଭୂତି

49

ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲାନ୍ କାଷ୍ଟିଂ କାଉଚକୁ ନେଇ ନିଜର ଅନୁଭବ ବାଣ୍ଟିଛନ୍ତି । ସେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏ ବିଷୟରେ ଆଲେଚନା କରିଛନ୍ତି । ବିଦ୍ୟା ବାଲାନ କହିଛନ୍ତି କାଷ୍ଟିଂ କାଉଚକୁ ନେଇ ତାଙ୍କର ଅନୁଭବ କେମିତି ରହିଛି ସେକଥା କହିଛନ୍ତି । ସେ କହିଛନ୍ତି ଆମ ଦେଶରେ ଶାନ୍ତ ରହିବାର ସଂସ୍କୁତି ରହିଛି । ଏଥିଯୋଗୁଁ ଯୌନ ଉତ୍ପୀଡ଼ର ଘଟଣା ସାମ୍ନାକୁ ଆସିପାରୁ ନାହିଁ ।

ବିଦ୍ୟା ବାଲାନଙ୍କୁ ଯେତେବେଳେ ପ୍ରଶ୍ନ କରିଯାଇଥିଲା ମହିଳାଙ୍କୁ ନିର୍ଯାତନା ଖବର ଅଧିକ ମାତ୍ରାରେ କାହିଁକିି ସାମ୍ନାକୁ ଆସିପାରୁନାହିଁ । ମହିଳାମାନେ କଥା ପ୍ରଘଟ ହେବା ଡ଼ରରେ ଚୂପ ରୁହନ୍ତି । ଏଥିଯୋଗୁଁ ବଢ଼େ ନିର୍ଯାତନା । ବିଦ୍ୟା କହିଛନ୍ତି ମୁଁ ସିନେ ଜଗତକୁ ନିଜ ଇଚ୍ଛାରେ ଆସିିଛି । କିନ୍ତୁୁ ନିଜ ହିସାରେ ସବୁବେଳେ ସଜାଗ ରୁହେ । ମୁଁ ଲୋକଙ୍କ ଖରାପ ଡିମାଣ୍ଡ ନେଇ ପ୍ରତିକ୍ରୟା ପ୍ରକାଶ କରିନି । ସେ କହିଛନ୍ତି ମୁଁ ମୋ ଜୀବନରେ କାଷ୍ଟିଂ କାଉଚର ଶିକାର ହୋଇନି । କାରଣ କାହାର ଖରାପ ବ୍ୟବହାର କଥା ଅନୁମାନ କଲେ ମୁଁ ସେଠାରୁ ଦୂରେଇ ରୁହେ ।

ସୂଚନାଯୋଗ୍ୟ ବିଦ୍ୟା ବାଲାନଙ୍କ ଆଗାମୀ ସିନେମା ‘ତୁହ୍ମାରୀ ସୁଲୁ’ ନେଇ ଏବେ ସେ ବ୍ୟସ୍ତ ଅଛନ୍ତି । କିଛି ଦିନ ପୂର୍ବରୁ ଲଂଚ ହୋଇଛି ଏହି ସିନେମାର ଟ୍ରେଲର । ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲାନ ଯେବେ ବି ପରାଦାକୁ ଆସନ୍ତି ତାଙ୍କୁ ଦେଖିବା ପାଇଁ ପ୍ରଶଂସକ ମାନେ ପାଗଳ ପରି ଅପେକ୍ଷା କରିଥାନ୍ତି । ବିଦ୍ୟା ତାଙ୍କ ଆଗାମୀ ସିନେମା ‘ତୁହ୍ମାରି ସୁଲୁ’ରେ ଏକ ନିଆରା ଅନ୍ଦାଜରେ ଅଭିନୟ କରୁଛନ୍ତି । ସିନେମାରେ ବିଦ୍ୟା ଏକ ମଧ୍ୟବିତ୍ତ ପରିବାରର ମହିଳା ଭୂମିକାରେ ନଜର ଆସିବେ । ଏହା ଏକ ହାସ୍ୟରସାତ୍ମକ ସିନେମା, ଯେଉଁଠି ବିଦ୍ୟାଙ୍କର ଦମଦାର ଅଭିନୟ ଦର୍ଶକଙ୍କୁ ମନରୋଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି ।