ସିନେମା ‘ବେଗମ୍ ଜାନ’ର ନୂଆ ପୋଷ୍ଟର୍ ରିଲିଜ୍ !

41

ବିଦ୍ୟା ବଲାନଙ୍କ ଆଗାମୀ ସିନେମା ‘ବେଗମ୍ ଜାନ’ର ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି । ଏହି ପୋଷ୍ଟରରେ ବିଦ୍ୟା ବିଲାନଙ୍କୁ ଏକଦମ୍ ଦବଙ୍ଗ୍ ଲୁକରେ ଦେଖିବାକୁ ମିଳୁଛି । ବିଦ୍ୟା ହାତରେ ହୁକ୍କା ଧରି ବସିଥିବା ବେଳେ ପୋଷ୍ଟରେ ଲେଖାରହିଛି ମାଇ ବଡି, ମାଇ ହାଉସ୍, ମାଇ କଂଟ୍ରି, ମାଇ ରୁଲ୍ । ଏହି ପୋଷ୍ଟର୍ ସହ ବିଦ୍ୟା ଟ୍ୱିଟ୍ କରି ମଧ୍ୟ ଜଣାଇଛନ୍ତି । ସିନେମାଟି ୧୪ ଏପ୍ରିଲକୁ ରିଲିଜ୍ ହେବାର ଯୋଜନା ରହିଛି ।

ତେବେ ସିନେମା ‘ବେଗମ୍ ଜାନ୍’ ୨୦୧୫ରେ ରିଲିଜ୍ ହୋଇଥିବା ବଂଗାଳୀ ସିନେମା ରାଜକାହିଣୀ ର କାହାଣୀ ଉପରେ ଆଧାରିତ ଥିବା ଜଣାପଡିଛି । ମହେଶ୍ ଓ ମୁକେଶ୍ ଭଟ୍ଟଙ୍କ ନିର୍ମିତ ଏହି ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି ରାଷ୍ଟ୍ରିୟ ପୁରସ୍କାର ବିଜେତା ଶ୍ରୀଜିତ୍ ମୁଖାର୍ଜୀ । ଏଥିରେ ବିଦ୍ୟା ଏକ କୋଠୀର ମାଲିକାଣୀ ଭୂମିକାରେ ନଜର ଆସିବା ସହ ଦମଦାର୍ ଲୁକ୍ ସହ ସ୍କ୍ରିନକୁ ଫେରୁଛନ୍ତି ।