ପଥର ମାରୁଛି ଚୀନ୍ ! ସାମ୍ନାକୁ ଆସିଲା ଲଦାକ୍ ସୀମାରେ ଡ୍ରାଗନ୍ ସେନାର ଅନୁପ୍ରବେଶ ଉଦ୍ୟମ ବେଳର ଭିଡିଓ

34

କନକ ବ୍ୟୁରୋ : କଥା-କଥାରେ ଭାରତକୁ ଯୁଦ୍ଧର ଧମକ୍ ଦେଉଥିବା ଚୀନ୍ର ଅସଲ ଚେହେରା ପଦାରେ ପଡ଼ି ଯାଇଛି । ଅଗଷ୍ଟ ୧୫ ତାରିଖ ଲଦାକ୍ ସୀମାରେ କ’ଣ କରୁଥିଲା ଡ୍ରାଗନ୍ ସେନା ତାର ଚିତ୍ର ଏବେ ସାମ୍ନାକୁ ଆସିଛି । ଅନୁପ୍ରବେଶ ଉଦ୍ୟମ ବିଫଳ ହେବା ପରେ ଚୀନ୍ ସେନା ହିଂସା ପରାୟଣ ହୋଇ ସୀମାରେ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲା, ତାର ଭିଡିଓ ଏବେ ଚାରିଆଡେ ଘୁରିବୁଲୁଛି । ଅନୁପ୍ରବେଶ ଉଦ୍ୟମରେ ବିଫଳ ହେବା ପରେ କେମିତି ପଥରବାଜୀ କରିଥିଲା, ତାହା ସାମ୍ନାକୁ ଆସିଛି ।

ଅଗଷ୍ଟ ୧୫ ତାରିଖ, ସାରା ଦେଶ ସ୍ୱାଧିନତା ଦିବସ ଉତ୍ସବରେ ମାତିଥିବା ବେଳେ, ଲଦାକ୍ ସୀମାରେ ଅନୁପ୍ରବେଶର ଉଦ୍ୟମ ଆରମ୍ଭ କରିଦେଇଥିଲା ଡ୍ରାଗନ୍ ସେନା । ହେଲେ ସୀମାରେ ମୁତୟନ ଥିବା ଆମ ପ୍ରହରୀ ଦେଇଥିଲେ କଡ଼ା ଜବାବ୍ । ଅନୁପ୍ରବେଶ ଉଦ୍ୟମ ଯେତେବେଳେ ବିଫଳ ହେଲା, ଚୀନ୍ ସେନା ଆରମ୍ଭ କରିଦେଲା ପଥରବାଜୀ ଏବଂ ଠେଲାପେଲା । ଆଉ ଇଏ ହେଉଛି-ଚୀନ୍ ଓ ଭାରତ ଯବାନଙ୍କ ମୁହାଁମୁହିଁ ହେବାର ଚିତ୍ର । ଯାହା ସୋସିଆଲ ମିଡ଼ିଆରେ ଏବେ ଘୁରିବୁଲୁଛି ।

ଏହି ଭିଜୁଆଲ ହିଁ ବୟାନ କରୁଛି-ଲଦାକ୍ ସୀମାର କିଭଳି ସାଂଘାତିକ୍ ସ୍ଥିତିର ସାମ୍ନା କରିଥିଲେ ଭାରତୀୟ ଯବାନ । ଦଳ ଦଳ ହୋଇ ଘେରିଗଲା ଡ୍ରାଗନ୍ ସେନା, ହେଲେ ପାଚେରୀ ଭଳି ସାମ୍ନାରେ ଠିଆ ହୋଇଥିଲେ ଭାରତୀୟ ଯବାନ । ଦୀର୍ଘ ସମୟ ଧରି ଏମିତି ଚାଲିଲା ଠେଲାପେଲା ଆଉ ଯେତେବେଳେ ଭାରତୀୟ ଯବାନଙ୍କ ଧର୍ଯ୍ୟ ଓ ସାହାସ ଆଗରେ ହାର ମାନିଲା ଚୀନ୍ । ଠେଲାପଥର ମାଡ଼ ଆରମ୍ଭ କରିଦେଲା । ଯାହାର ଜବାବ୍ ଦେଇଥିଲା ଭାରତ ।

ବିଭିନ୍ନ ଜାତୀୟ ଗଣମାଧ୍ୟମଠାରୁ ଆରମ୍ଭକରି ସୋସିଆଲ ମିଡ଼ିଆ, ସବୁଠି ଏବେ ଘୁରି ବୁଲୁଛି ଏହି ଭିଡିଓ । ଅଧିକୃତ ଭାବେ ଏହି ଭିଡିଓ ନେଇ ସେନା କିଛି ସ୍ପଷ୍ଟିକରଣ ଦେଇନଥିଲେ ବି, ଅଗଷ୍ଟ ୧୫ ତାରିଖରେ ହୋଇଥିବା ମୁହାଁମୁହିଁର ଏହା ଚିତ୍ର ବୋଲି ସ୍ପଷ୍ଟ ହୋଇଛି । ଆଉ କିଛି ଦିନ ପୂର୍ବରୁ ଭାରତୀୟ ଲଦାକ୍ ସୀମାରେ ଉତ୍ତେଜନା ହୋଇଥିବା ନେଇ ସ୍ପଷ୍ଟ କରିଥିଲା ।