ବିବାହ ବେଦିିରେ ବର କଲେ ରିପୋର୍ଟିଂ ! ପୁଅର ପେଶା ପ୍ରତି ଭଲପାଇବା ଦେଖି ଖୁସିରେ କାନ୍ଦି ପକାଇଲେ ମା’

33

କିଛି ଘଟଣା ଦୁର୍ଘଟଣା ହେଲେ ସେଠାରେ ପହଞ୍ଚିଯାଆନ୍ତି ରିପୋର୍ଟର । ଆଉ ଘଟଣାର ସମସ୍ତ ତଥ୍ୟ ହସ୍ତଗତ କରିବା ପାଇଁ ଚେଷ୍ଟା କରନ୍ତି । ରାଜନୈତିକ ଘଟଣା କିମ୍ବା ବଡ଼ ବଡ଼ ସେଲିବ୍ରିଟି ମାନଙ୍କର ବାହାଘର ସମୟରେ ମଧ୍ୟ ରିପୋର୍ଟିଂ କରିଥାନ୍ତି । କିନ୍ତୁ ନିଜ ବାହାଘରରେ ରିପୋର୍ଟିଙ୍ଗ କରିବା ନିହାତି ଏକ ମଜାଦାର ଘଟଣା । ପାକିସ୍ତାନର ଜଣେ ଟିଭି ରିପୋର୍ଟର ନିଜ ବିବାହରେ କରିଛନ୍ତି ରିପୋର୍ଟିଂ । ହାତରେ ମାଇକ୍ ଧରି ବିବାହ ବେଦୀରେ ଚାଲିଲା ରିିପୋର୍ଟିଂ । ଯୁବକ ଜଣକ ନିଜର ପରିବାର ବର୍ଗ, ମା’ବାପା ଓ ଏପରିକି ନବବଧୂର ସହ କଥା ହୋଇ ତଥ୍ୟ ଆପଣାଇଥିିଲେ । ଭିଡ଼ିଓରେ ଯୁବକ ଜଣକ ବିଲକୁଲ ପେଶାଦାର ରିପୋର୍ଟର ପରି କାମ କରିଛନ୍ତି ।

ଘଟଣାଟି ଘଟିଛି ପାକିସ୍ତାନରେ । ବର ବେଶ ସାଜିଥିବା ଯୁବକ ଜଣକ ବିବାହ ଦିନ ମାଇକ ଧରି ରିପୋର୍ଟିଂ କରିବାକୁ ଲାଗିଲେ । ଏହି ସମୟରେ ବର ଜଣକ ନିଜ ବନ୍ଧୁବାନ୍ଧବ,ମାତାପିତା ଓ କନ୍ୟା ସହିତ କଥା ହୋଇ ରିପୋର୍ଟିଙ୍ଗ କରୁଥିଲେ । ବର ଜଣଙ୍କର ସେହି ହୃଦୟଛୁଆଁ ଭିଡିଓ ରବିବାର ଦିନ ଟ୍ୱିଟର ଜରିଆରେ ସାମ୍ନାକୁ ଆସିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ମାତ୍ରାରେ ଭାଇରାଲ ହେଉଛି । ସେହି ଭିଡିଓକୁ ଦୁଇ ଭାଗରେ ସେୟାର କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ ବର ଜଣକ ହେଉଛନ୍ତି ସିଟି ୪୧ ଚ୍ୟାନେଲର ଜଣେ ରିପୋର୍ଟର । ତେବେ ପୁଅର କାମ କରିବାର ଝୁଙ୍କ ଦେଖି ତାଙ୍କ ମା ଅତ୍ୟନ୍ତ ଖୁସି ହୋଇ କାନ୍ଦି ପକାଇଛନ୍ତି ।