ଚଳନ୍ତା ଟ୍ରେନରେ ଷ୍ଟଣ୍ଟଦେଖାଇଲେ ମୁମ୍ବାଇ ଯୁବକ ! ଦୃତଗାମୀ ଟ୍ରେନରୁ ମୁହଁ କାଢ଼ି ଉଠାଇଲେ ଫଟୋ  ।

35

ଜୀବନକୁ ବେଖାତିର କରି  ନୂଆ ନୂଆ କାରନାମା ତଥା ଷ୍ଟଣ୍ଟ କରିବା କିଛି ନୂଆ କଥା ନୁହଁ କିନ୍ତୁ ଚଳନ୍ତା ଟ୍ରେନରେ ଷ୍ଟଣ୍ଟ ଦେଖାଇବା ଯେ କେତେ ନିରାପଦ ତାହା ଆପଣ ଏହି ଖବରରୁ ଜାଣିପାରିବେ । ଷ୍ଟଣ୍ଟ  କରିବା ନିଶାରେ ଯୁବକ ମାନେ ଯେ କେଉଁ ଭଳି ଭାବେ ବିପଦପୂର୍ଣ୍ଣ ପନ୍ଥାକୁ ଆପଣାଉଛନ୍ତି ତାହା ଦେଖିଲେ ଆପଣ ମଧ୍ୟ ଅବାକ୍ ହୋଇଯିବେ ।


ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେଶର ସବୁଠାରୁ ବଡ ସହର ମାୟାନଗରୀ ମୁମ୍ବାଇରେ । ଟ୍ରେନରେ ଷ୍ଟଣ୍ଟ ଦେଖାଇଛନ୍ତି  ୪ ଜଣ ଯୁବକ ।  ମୁମ୍ବାଇ ଭଳି ସହରରେ ଚଳନ୍ତା ଟ୍ରେନରେ ଷ୍ଟଣ୍ଟ କରି ଫସିଯାଇଛନ୍ତି ମୁମ୍ବାଇର ଏହି ୪ ଯୁବକ । ମହାନଗର ଭିଡ ଅଂଚଳର ଲୋକାଲ ଟ୍ରେନରେ  ଏଭଳି ଷ୍ଟଣ୍ଟ କରିଥିବା ଯୁବକଙ୍କୁ ସ୍ଥାନୀୟ ପୋଲିସ ଉଠାଇନେଇ ପଚରାଉଚରା କରିଛି  । ମୁମ୍ବାଇ ହାର୍ବର ଲାଇନର ଏହି ଭିଡିଓ ରବିବାରର ବୋଲି ଜଣାଯାଇଛି ।  ଯୁବକମାନେ ଟ୍ରେନରୁ ବାହାରି ଷ୍ଟଣ୍ଟ ଦେଖାଇବାବେଳେ  ଏହି ଭିଡିଓ ନିଆଯାଇଛି  କେବଳ ଷ୍ଟଣ୍ଟ ନୁହଁ ଏହି ଯୁବକଙ୍କୁ ଟ୍ରେନ ଉପରେ ବି ଚଢିବା ଦେଖାଯାଇଛି ।