ରେଷ୍ଟୁରାଂଟରେ ଖାଇବା ସମୟରେ ବ୍ଲାଷ୍ଟ ହେଲା ସ୍ମାର୍ଟଫୋନ୍ ! ଖାଇବା ଛାଡ଼ି ବାହରକୁ ଦଉଡ଼ିଲେ ଲୋକେ

44

ଖାଇବା ସମୟରେ ବ୍ଲାଷ୍ଟ ହେଲା ଫୋନ୍ । ମୁମ୍ବାଇର ଭାଣ୍ଡପ ଅଂଚଳରେ ଏକ ରେଷ୍ଟୁରାଂଟରେ ଜଣେ ବ୍ୟକ୍ତି ଖାଦ୍ୟ ଖାଇବା ସମୟରେ ପକେଟରେ ଥିବା ମୋବାଇଲ ବ୍ଲାଷ୍ଟ ହୋଇଯାଇଛି । ଯେପରି ମୋବାଇଲ ବ୍ଲାଷ୍ଟ ହେଲା ଯୁବକ ଜଣକ ଡରିଯାଇଥିଲେ । ଆଉ ଡରରେ ମୋବାଇଲ ଫୋପାଡ଼ି ଦେଇ ଦୂରକୁ ପଳାଇ ଯାଇଥିଲେ । ସିସିଟିଭି ଫୁଟେଜରେ ସବୁ କଥା ସ୍ୱଷ୍ପ ଜଣାପଡ଼ିଛି । ୪ ଜୁନ ଏହି ଘଟଣା ଘଟିଥିଲା । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ମୋବାଇଲ ବ୍ଲାଷ୍ଟ ହେବାପରେ ରେଷ୍ଟୁରାଂଟରେ ସବୁଆଡ଼େ ଧୂଅାଁରେ ଭରିଯାଇଥିଲା ।

ତେବେ ଏହି ଘଟଣାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଡରିଯାଇଥିଲେ ଓ ରେଷ୍ଟୁରାଟରୁ ବାହାରକୁ ଧାଇଁଥିଲେ । ସୂଚନା ଅନୁସାରେ ମୋବାଇଲ ବ୍ଲାଷ୍ଟ ଯୋଗୁଁ ଉକ୍ତ ବ୍ୟକ୍ତି ଜଣଙ୍କୁ ମାମୁଲି ଆଘାତ ଲାଗିଛି । ଏବଂ ସେ ଏବେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଭିଡ଼ିଓରୁ ସ୍ପଷ୍ଟ ହେଉଛି ସେଠାରେ ଉପସ୍ଥିତ ଥିବା ଖାଇବା ଛାଡ଼ି ଦୌଡ଼ିବାରେ ଲାଗିଥିଲେ ।

ସୂଚନାଯୋଗ୍ୟ କେବଳ ଯେ ମୋବାଇଲ ତା’ନୁହେଁ ଇୟରଫୋନ ବ୍ୟବହାର କରି ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ଯମୁନାନଗର ନାମକ ଗାଁରେ । ସୂଚନା ମୁତାବକ, ଗତକାଲି ଦିନ ପାଖାପାଖି ୧ଟା ବେଳେ ମୋବାଇଲକୁ ଚାର୍ଜରେ ବସାଇବା ସମୟରେ ସେଥିରେ ଇୟରଫୋନ ଲଗାଇ ଗୀତ ଶୁଣିବା କାରଣରୁ ଜଣେ ଯୁବକଙ୍କ ପ୍ରାଣବାୟୁ ଚାଲି ଯାଇଛି । ଏହି ସମୟରେ କରେଂଟ ଲାଗିବା ଦ୍ୱାରା ହିଁ ତାଙ୍କର ମୃତ୍ୟୁ ଘଟିଛି ।