ଆପଣ ଜାଣନ୍ତି କି କେମିତି ହୋଇଥାଏ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ? ଜାଣନ୍ତୁ ଏହି ରିପୋର୍ଟରୁ

50

ଅନେକ ସମୟରେ ଭିଭିଆଇପି ମାନଙ୍କ ବିଷୟରେ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ଭରିି ରହିଥାଏ । ବିଶେଷକରି ସେମାନଙ୍କ ସୁରକ୍ଷା କେଉଁଭଳି ହୋଇଥାଏ ଲୋକ ତାହା ଜାଣିବା ପାଇଁ ବିଭିନ୍ନ ପ୍ରକାରର ଉତ୍ସକୁ ଅନୁସରଣ କରିଥାନ୍ତି । ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ଯେପରିକି ସେମାନଙ୍କ ସୁରକ୍ଷା ପାଇଁ କେଉଁମାନେ ନିୟୋଜିତ ହୋଇଥାନ୍ତି, କେତୋଟି ସ୍ତର ମାଧ୍ୟମରେ ହୋଇଥାଏ ଏବଂ ସୁରକ୍ଷାକର୍ମୀ ମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କେଉଁଭଳି ଭାବରେ ଯାତାୟତ କରିଥାନ୍ତି । ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବିଷୟରେ ଜାଣିବା ପାଇଁ ଲୋକମାନଙ୍କ ମଧ୍ୟରେ ଅଧିକ ଆଗ୍ରହ ଭରି ରହିଥାଏ ।

ଗତ ମଙ୍ଗଳବାରଦିନ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦରାବାଦରେ ମେଟ୍ରୋ ଟ୍ରେନର ଉଦଘାଟନ ପାଇଁ ଏବଂ ଗ୍ଲୋବାଲ ଏଂଟରପ୍ରେନିୟୋରଶିପରେ ଯୋଗ ଦେବାକୁ ବାୟୁସେନାର ବିଶେଷ ହେଲିକପ୍ଟରରେ ପହଂଚିଲେ, ସେତେବେଳେ ସାଧାରଣ ଜନତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ବିଷୟରେ ସୂଚନା ମିଳିଥିଲା । ତେବେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ୍ ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପଙ୍କ ଝିଅ ଏବଂ ପରାମର୍ଶଦାତ୍ରୀ ଇଭାଙ୍କା ଟ୍ରମ୍ପଙ୍କ ସହିତ ଥିଲା । ପ୍ରଧାନମନ୍ତ୍ରୀ ଖୁବ ଧୁମଧାମରେ ଇଭାଙ୍କା ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଣ୍ଡିଂ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଏଚ୍ଛିରେ ନଜର ଆସିଛି ତିନୋଟି ହେଲିକପ୍ଟର ଏକା ସାଙ୍ଗରେ ଗୋଟିଏ ପରେ ଗୋଟିଏ ଏକ ଖାସ୍ ସ୍ଥାନରେ ଲାଣ୍ଡି ହୋଇଛନ୍ତି । ଏହାପରେ ସୁରକ୍ଷାକର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟରକୁ ଘେରିଯାଇଥାନ୍ତି । ସେହି ସମସ୍ତ ସୁରକ୍ଷାକର୍ମୀ ହତିଆର ସହିତ ପ୍ରସ୍ତୁତ ହୋଇ ରହିଥାନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଜେଡ୍ ପ୍ଲସ୍ ବର୍ଗରେ ବିଭକ୍ତ କରାଯାଇଛି ଏବଂ ଏହା ପୂର୍ବ ସ୍ତରରେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପର ଅଧିକାରୀ ମଧ୍ୟ ସାମିଲ ହୋଇଥାନ୍ତି ।